ରାଜ୍ୟପାଳଙ୍କୁ ରାହୁଲଙ୍କ ଜବାବ ସ୍ୱତନ୍ତ୍ର ବିମାନ ନୁହେଁ ଖୋଲାରେ ବୁଲିବାକୁ ମିଳୁ ଅନୁମତି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଜମ୍ମୁ-କାଶ୍ମୀରର ପ୍ରକୃତ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ମୋତେ ସ୍ୱତନ୍ତ୍ର ବିମାନର ଆବଶ୍ୟକତା ନାହିଁ । ଜମ୍ମୁ-କାଶ୍ମୀରରେ ମୁକ୍ତ ଭାବେ ବୁଲିବା ପାଇଁ ଅନୁମତି ଦରକାର । ମଙ୍ଗଳବାର ରାହୁଲ ଟୁଇଟ୍‌ କରି ରାଜ୍ୟପାଳଙ୍କ ନିମନ୍ତ୍ରଣର ଜବାବ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ପି୍ରୟ ରାଜ୍ୟପାଳ ମଲିକ, ଜମ୍ମୁ-କାଶ୍ମୀର ଏବଂ ଲଦାଖ ଆସିବା ପାଇଁ ଆପଣଙ୍କ ଶ୍ରଦ୍ଧାପୂର୍ଣ୍ଣ ନିମନ୍ତ୍ରଣ ଉପରେ ବିରୋଧୀ ନେତାଙ୍କ ଏକ ପ୍ରତିିନିଧି ମନ୍ଦଳ ସହ ମୁଁ ଏଠାକୁ ଆସିବି ।’
ସୂଚନାଯୋଗ୍ୟ ଯେ, ରାଜ୍ୟପାଳ ମଲିକ ଧାରା-୩୭୦ ଉଚ୍ଛେଦ ପରେ ରାହୁଲଙ୍କ ଗାନ୍ଧୀଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକଟ କରିଥିଲେ । ସେ ରାହୁଲଙ୍କୁ ବୁଝିବିଚାର ବୟାନ ଦେବା ପାଇଁ ପରାମର୍ଶ ଦେବା ସହ କହିଛନ୍ତି ଯେ, ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଯେପରି ସଂକଟ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ରାଜ୍ୟପାଳ କହିଥିଲେ ଯେ, ମୁଁ ରାହୁଲ ଗାନ୍ଧୀଙ୍କୁ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛି । ମୁଁ ତାଙ୍କୁ କହିିଛି ଯେ, ଆପଣଙ୍କ ପାଇଁ ବିମାନ ପଠାଇବି, ଆପଣ ସ୍ଥିତି ଅନୁଧ୍ୟାନ କରିବା ପରେ ମତାମତ ଦିଅନ୍ତୁ । ଆପଣ ଜଣେ ଦାୟିତ୍ୱବାନ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଅନୁଚିତ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*