ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ । ଦେଶର ମୋଟ ୮୮ଟି ଲୋକସଭା ଆସନରେ ମତଦାନ ହେବାକୁ ଥିବା ବେଳେ ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ତାଲିକାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଓମ୍ ବିର୍ଲା, ଶଶି ଥରୁର ଏବଂ ରାଜୀବ ଚନ୍ଦ୍ରଶେଖରଙ୍କ ହେବ ଭାଗ୍ୟ ପରୀକ୍ଷା । ଅନ୍ୟ ପକ୍ଷରେ ସିନେ ଅଭିନେତ୍ରୀ ହେମା ମାଲିନୀ ଏବଂ ଅରୁଣ ଗୋଭିଲଙ୍କ ପାଇଁ ମଧ୍ୟ ଆଜି ମତଦାନ କରିବେ ଭୋଟର ।

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ଆଜି ୧୩ ଟି ରାଜ୍ୟର ୮୮ ଟି ଆସନରେ ଭୋଟଗ୍ରହଣ କରାଯାଉଛି। ଏହି ପର୍ୟ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନ ମଧ୍ୟ ରହିଛି । ଏହି ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାବ୍ୟତୀତ କେରଳର ୨୦ଟି ଆସନ କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩ ଆସନରେ ମତଦାନ କରାଯିବ । ସେହିପରି ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ୮ ଟି ଆସନରେ, ମଧ୍ୟପ୍ରଦେଶର ୬, ଆସାମ ଏବଂ ବିହାରରେ ୫ଟି ଲେଖାଏଁ ଆସନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହାସହିତ ଛତିଶଗଡ ଏବଂ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଓ ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ କରିବେ ଭୋଟର । ଏହି ପର୍ଯ୍ୟାୟରେ ସମୁଦାୟ ୮୯ ଟି ଆସନରେ ଭୋଟିଂ ହେବାକୁ ଥିବା ବେଳେ, ମଧ୍ୟପ୍ରଦେଶର ବେତୁଲ ଆସନରେ ବହୁଜନ ସମାଜ ପାର୍ଟିର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏବେ ସେଠାରେ ତୃତୀୟ ପର୍ୟ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହି ପର୍ୟ୍ୟାୟରେ ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ନିୟୋଜିତ ହୋଇଛନ୍ତି।

ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଏବଂ ଅନ୍ୟ କେତେକ ସ୍ଥାନରେ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ । ସେପଟେ ୮୮ ଆସନରେ ୧୨୦୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୧୫.୮୮ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୦୮ କୋଟି ପୁରୁଷ ଓ ୭.୮ କୋଟି ମହିଳା ।  ପାଖାପାଖି ୩୪ ଲକ୍ଷ ୮୦ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ । ସେପଟେ ନିର୍ବାଚନକୁ ସୁରକ୍ଷିତ ଭାବେ ଓ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଲକ୍ଷେ ୬୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୬ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।  ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଥିବା ବେଳେ ୪ ହଜାର ୧୦୦ ବୁଥରେ କେବଳ ମହିଳାମାନଙ୍କୁ ମୃତୟନ କରାଯାଇଛି । ସେହିପରି ୬୪୦ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନେ ନିର୍ବାଚନ ପରିଚାଳନା କରିବେ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।

 

By Nirvay

Leave a Reply

Your email address will not be published. Required fields are marked *