ନିର୍ଭୟ ମିଡିଆ : ସୋନପୁର

ରାଜ୍ୟରେ ପ୍ରଥମ ନିର୍ବାଚନୀ ସଭାରେ ନବୀନ ସରକାରଙ୍କୁ ଧୁଲେଇ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ନବୀନ ସରକାରଙ୍କୁ ଓପାଡି ଫିଙ୍ଗିବା ସହ ଏଠାର ଡବଲ ଇଞ୍ଜିନ ସରକାର ପାଇଁ ଦେଇଛନ୍ତି ଆହ୍ୱ।ନ ।

ସୋନପୁରର ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶାହା କହିଥିଲେ ଯେ, ଏଠାକାର ସରକାର ଓଡିଶାକୁ ବିକାଶଠାରୁ ଦୂରେଇ ଦେଇଛି । କୋଡିଏ ବର୍ଷ ତଳେ ଓଡିଶା ଯେଉଁଠି ଥିଲା, ଆଜି ସେଇଠି ରହିଛି । ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାକୁ ନବୀନ ଫଟୋ ଲଗାଇ ହଡପ କରିବାର ଉଦ୍ୟମ କରାଯାଇଛି । ଓଡିଶାର ଭାଷା, ସଂସ୍କୃତି ଓ ଗୌରବକୁ କ୍ଷୁର୍ଣ୍ଣ କରିଛି ଏହି ସରକାର । ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି ଓଡିଶାରେ । ସବୁଠୁ ଅଧିକ ଖଣିଜ ସଂପଦ ଓଡିଶାରେ ଥିଲେ ମଧ୍ୟ ଓଡିଶା ଏଠି ପଛୁଆ । ଆପଣମାନେ ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ, ଆମକୁ ୫ ବର୍ଷ ଦିଅନ୍ତୁ ଆମେ ଓଡିଶାକୁ ୧ ନମ୍ବର ବନାଇବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଯେଉଁ ସଂକଳ୍ପ ନେଇଛନ୍ତି, ତାହା ଓଡିଶା ବିକଶିତ ହେଲେ ହିଁ ସଫଳ ହେବ । ଆମେ ୨୦ରୁ ଅଧିକ ଲୋକସଭା ଆସନ ଜିତିବା ସହ ରାଜ୍ୟରେ ବହୁମତରେ ସରକାର ଗଠନ କରିବାକୁ ଯାଉଛୁ ବୋଲି କହିଥିଲେ ଶାହା ।

By Nirvay

Leave a Reply

Your email address will not be published. Required fields are marked *