ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀମାନେ ସବୁକଥାରେ ରାଜନୀତି କରୁଛନ୍ତି । ବିରୋଧୀ ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି । ଆଗାମୀ ଦିନରେ ଲୋକମାନେ ଏହାର ଜବାବ ଦେବେ ବୋଲି କହିବା ସାଙ୍ଗକୁ ହିଂଜିଳି ମଞ୍ଚରୁ ଲୋକଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

 

ଏହି ବିରୋଧ କରି କେବେ ସଫଳ ହେବେ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ଏକ୍ରାମ୍ରକ୍ଷେତ୍ର ପରିକ୍ରମା କିମ୍ବା ମା’ ସମଲେଇ ପ୍ରକାଲ ବିକାଶକୁ ନେଇ ସବୁବେଳେ ବିରୋଧ ଆଉ ସମାଲୋଚନା କରି ଆସିଛନ୍ତି । ବିରୋଧୀଙ୍କ ଏଭଳି ବିକାଶ ବିରୋଧୀ ଆଚରଣ କେବେ ବି ଗ୍ରହଣୀୟ ନୁହେଁ । କାରଣ ବିରୋଧୀଙ୍କ ଅସଲରୂପ କ’ଣ ଲୋକମାନେ ଜାଣିଛନ୍ତି । ତେଣୁ, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ । ମୋର ବିଶ୍ୱାସ ଅଛି ଆପଣମାନେ ଏହାର ଉଚିତ୍ ଜବାବ୍ ଦେବେ । ଯୋଡ଼ି ଶଙ୍ଖ ହେଉଛି ବିକାଶର ପରିଚୟ ତେଣୁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ହିଞ୍ଜିଳି ମଞ୍ଚରୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।

By Nirvay

Leave a Reply

Your email address will not be published. Required fields are marked *