ଏଜେନ୍ସୀ : ପଶ୍ଚିମବଙ୍ଗ,

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମାଲଦାରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋତେ ଲାଗୁଛି ମୋର ପୂର୍ବ ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା କିମ୍ବା ପରବର୍ତ୍ତୀ ଜନ୍ମ ପଶ୍ଚିମବଙ୍ଗରେ ହେବ ।

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ମୋଦୀ କହିଥିଲେ ଯେ ଆଜି ଏହି ପଡ଼ିଆ ଛୋଟ ପଡ଼ିଯାଇଛି । ଆପଣଙ୍କୁ ସମସ୍ୟା ହେଉଥିବା କାରଣରୁ ମୁଁ କ୍ଷମା ମାଗୁଛି । ଆପଣମାନେ ମୋତେ ଯେଉଁ ଭଲପାଇବା ଦେଇଛନ୍ତି ମୁଁ ତା’ର ଉତ୍ତର ବିକାଶ ମାଧ୍ୟମରେ ଦେବି । ତୃଣମୂଳ ସରକାରକୁ ଆକ୍ଷେପ କରି ମୋଦୀ କହିଥିଲେ ଯେ ଏଠାରେ କ’ଣ ନ ହେଉଛି? ଶିକ୍ଷକ ଦୁର୍ନୀତି, ରାସନ ଦୁର୍ନୀତି ସବୁ ଚାଲିଛି । ଆମେ ଦିଲ୍ଲୀରୁ ଲୋକଙ୍କ ପାଇଁ ଯେଉଁ ଅର୍ଥ ପଠାଉଛୁ ତାକୁ ତୃଣମୂଳ ହଡ଼ପ କରୁଛି । ଏପରିକି ଗରିବଙ୍କ ପାଇଁ ଆୟୁଷ୍ମାନ ଯୋଜନାକୁ ମଧ୍ୟ ରୋକି ରଖିଛି । ପିଏମ କିଷାନନିଧି ଅନ୍ତର୍ଗତ ୮ ହଜାର କୋଟି ଟଙ୍କାକୁ ମଧ୍ୟ ତୃଣମୂଳ ସରକାର ରୋକି ରଖିଛି । ଏଠାରେ ଆମେ ଇଣ୍ଡଷ୍ଟ୍ରୀ ଚିନ୍ତା କରୁଥିବାବେଳେ ଟିଏମସି ନେତା କହୁଛନ୍ତି ଆମକୁ ପିସି ଦରକାର । ମହିଳା ଏଠାରେ ସୁରକ୍ଷିତ ମଧ୍ୟ ନୁହନ୍ତି । ହେଲେ ମୋଦୀ ଅଛି, ଆପଣମାନେ ବିଶ୍ୱାସ ଓ ଭରସା ରଖନ୍ତୁ । ଆପଣମାନଙ୍କ ସେବା ପାଇଁ ମୋତେ ଲାଗୁଛି ମୋର ପରବର୍ତ୍ତୀ ଜନ୍ମ ବୋଧହୁଏ ଏହି ମାଟିରେ ହିଁ ହେବ ।

By Nirvay

Leave a Reply

Your email address will not be published. Required fields are marked *