SIR ଏବଂ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ବିଜେପି ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ପ୍ରେସମିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶରେ ୯ ଥରରୁ ବେଶୀ SIR ହୋଇଛି, ତେବେ ଏଥର ଅସୁବିଧା କାହିଁକି ହେଉଛି । ମୃତ ବ୍ୟକ୍ତି କ’ଣ ଭୋଟର ତାଲିକାରେ ରହିବା ଦରକାର? ଯେଉଁମାନେ ନିର୍ବାଚନ ମଣ୍ଡଳୀରେ ରହୁ ନାହାନ୍ତି ସେମାନେ ଭୋଟର ହୋଇ ରହିବା ଅନୁଚିତ । ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାଁ ରହିବା ମଧ୍ୟ ବେଆଇନ । ରବିଶଙ୍କର ପ୍ରସାଦ ଆହୁରି କହିଛନ୍ତି, SIR ଯାଞ୍ଚ ପରେ ୨.୮୯ କୋଟି ମୃତ ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି । ୬.୩ କୋଟି ଲୋକ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବାରୁ ସେମାନଙ୍କ ନାଁ କଟିଛି । ୧ କୋଟି ଭୋଟର ଜାଲିଆତି କାରଣରୁ ଏବଂ ୩ କୋଟି ଭୋଟର ଅନୁପସ୍ଥିତ କାରଣରୁ ବାଦ ପଡ଼ିଛନ୍ତି । ତେଣୁ ମୋଟାମୋଟି ଭାବେ ୧୩ କୋଟି ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି । ଦେଶ ଭିତରେ ଥିବା ଅନୁପ୍ରବେଶକାରୀ କ’ଣ ଭୋଟର ହେବା ଉଚିତ କି ବୋଲି ଶେଷରେ ସେ ପ୍ରଶ୍ନ କରିଛନ୍ତି । Post navigation CJP के कई नेता हिरासत में, कॉकरोच जनता पार्टी की कमान अब अजिंक्य शिंदे के हाथ में