Mahalaya Amavasya- Tarpanam, pindaan-offered-to-ancestors/
ଆଜି ପବିତ୍ର ମହାଳୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥିବା ଏହି ପିତୃପକ୍ଷର ଆଜି ହେଉଛି ଶେଷ ଦିନ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ ।
 
ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହାଯାଏ ।
 
ଆଜିର ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହେବା ସହ ମୋକ୍ଷ ପ୍ରାପ୍ତି ହେବାର ଶାସ୍ତ୍ରରେ ଉଲ୍ଲେଖ ରହିଛି ।
 
ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ପୁରୀରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
 
ନିଜର ତିନି ପୁରୁଷଙ୍କ ଶାନ୍ତି ପାଇଁ ଓ ନିଜ ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ କରାଯାଏ ।

By Nirvay

Leave a Reply

Your email address will not be published. Required fields are marked *