ଏଥର ମହମ୍ମଦ ମୋକୀମଙ୍କ ଜାଗାରେ କଟକ ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ବାପାଙ୍କ ଜାଗାରେ ଝିଅ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଓଆରଏଚ୍‌ଡିସି ମାମଲାରେ ଛନ୍ଦି ହୋଇଛନ୍ତି ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରେ ଶୁଣାଣୀ ପରେ ମୋକିମ୍ ନିର୍ବାଚନ ଲଢିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କୋର୍ଟଙ୍କ କଟକଣା ଯୋଗୁ ଏଥର ନିର୍ବାଚନ ଲଢିପାରିବେନି ମୋକିମ୍ । ତେବେ ତାଙ୍କ ଝିଅ ନିର୍ବାଚନ ଲଢିବାକୁ ନେଇ ସେ ଏଆଇସିସି ସହ ଆଲୋଚନା କରିବେ ବୋଲି କହିଛନ୍ତି ।

କିନ୍ତୁ ଝିଅଙ୍କୁ ପ୍ରାର୍ଥୀ କରିବା ପାଇଁ ମୋକିମ୍ ନିଜ ଆଡୁ ପ୍ରସ୍ତାବ ଦେବେ ନାହିଁ ବୋଲି କହିଛନ୍ତି । ଯାହା ନିଷ୍ପତ୍ତି ଏଆଇସିସି ନେବେ ତାହାକୁ ଗ୍ରହଣ କରିବେ ବୋଲି ମୋକିମ୍ କହିଛନ୍ତି । କେବଳ ସେତିକି ନୁହେଁ କଟକ- ବାରବାଟୀରେ ଯିଏ ବି ପ୍ରାର୍ଥୀ ହେବେ ତାଙ୍କୁ କଟକବାସୀ ନିଶ୍ଚୟ ବିଜୟୀ କରିବେ ବୋଲି କହିଛନ୍ତି ମୋକିମ୍ । କଟକ-ବାରବାଟୀରୁ କାହାକୁ ମିଳିବ ଟିକେଟ୍ ଏହାକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାବେଳେ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ ସେନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇ ନଥିବା କହିଛନ୍ତି ମହମ୍ମଦ ମୋକିମ୍ ।

By Nirvay

Leave a Reply

Your email address will not be published. Required fields are marked *