Day: 6 April 2024

ମୁଁ ରାଜନୀତି କରିବି ନାହିଁ: ବର୍ଷା ସୋନି

ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ…

ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଭୁବନେଶ୍ବର ରାସ୍ତା ପିତାପଲ୍ଲୀ ଛକରେ ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ମୋ-ବସ୍। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲା ବସ। ଆହତ ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡ଼ିଛି।…

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଉକ୍ତ ଗାଡ଼ିରେ କାର୍‌ ଡ୍ରାଇଭରଙ୍କ ସମେତ ୬ ଜଣ ଥିଲେ। କାର୍‌ଟି ଆନ୍ଧ୍ରପ୍ରଦେଶର…

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ନେତା ରଘୁନାଥ ମହାନ୍ତି ବର୍ତ୍ତମାନ ବିଜେପି ଛାଡ଼ିବା ଖବର ସାମ୍ନାକୁ ଆସିଛି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଲେ । ରଘୁନାଥ ବସ୍ତା ବିଧାନସଭା କ୍ଷେତ୍ରରୁ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ…

ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ସାଂସଦ ଭର୍ତ୍ତୃହରି ମହତାବ

ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଷାକୁ ନେଇ ତେର୍ଚ୍ଛା ବାଣ ମାରିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା। ହେଲେ ରୋମାନ ଲିପିରେ ଲିଖିତ ଓଡିଆ ଭାଷଣ ପଢିଲେ ତାହା ଦ୍ୱାରା…

ଅଂଶୁଘାତ ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ। ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା…

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ

ଅନୁଗୁଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି କନ୍‌ଭର ଲାଇନ୍‌ରେ ଆଜି ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ।