ମୁଁ ରାଜନୀତି କରିବି ନାହିଁ। ମତେ ଭବିଷ୍ୟତରେ ମଧ୍ୟ ରାଜନୀତିରେ ଦେଖିବେ ନାହିଁ। କିନ୍ତୁ ସମାଜସେବା କରିବି। ଆମ ପରିବାରେ ବାପା ହିଁ ଆଗକୁ ରାଜନୀତି କରିବେ। ବାପାଙ୍କ ପରେ ମୋ ସ୍ବାମୀ ରାଜାଶ୍ରୀ ମହାନ୍ତି ହିଁ ରାଜନୀତି କରିବେ। ମୁଁ ଏବଂ ମୋ ସ୍ବାମୀ ସବୁବେଳେ ବାପାଙ୍କୁ ସହଯୋଗ କରିବୁ। ଆଜି ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ସୋନି ଏହା କହିଛନ୍ତି।

ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ଲଗାତାର ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ପାଞ୍ଚଥର ନିର୍ବାଚିତ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *