ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ରାଜ୍ୟର ୩୪୭ଟି କଲେଜରେ ମୋଟ ୬,୩୬୨ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିବେ । ବିଭାଗର ତଥ୍ୟ ଅନୁଯାୟୀ, ନିର୍ବାଚନ ପାଇଁ ମୋଟ ୮,୩୭୦ଟି ନାମାଙ୍କନପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧,୧୯୬ଟି ନାମାଙ୍କନପତ୍ର ନାକଚ ହୋଇଥିବାବେଳେ ୭,୧୭୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଯାଞ୍ଚ ପ୍ରକ୍ରିୟା ପରେ ୪୦୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଚୂଡ଼ାନ୍ତ ତାଲିକାରେ ୬,୩୬୨ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ କଲେଜରେ ନିର୍ବାଚନୀ ପ୍ରଚାର ଓ ରାଜନୈତିକ ମାହୋଲ ସରଗରମ ହୋଇଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ । Post navigation फ्लाईदुबई फ्लाइट में कैप्टन स्मित मच्छार पर हुए हमले की जांच करेगा भारत, NIA ने दर्ज किया मामला तंजानिया में बस और ट्रक की टक्कर के बाद बस में लगी आग, हादसे में 28 लोगों की मौत