ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ନେତାମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ୍ତି । ବିଜେପିକୁ ନିର୍ବାଚନ ପରାଜୟ ଭୟ ଘାରିଛି । ବିସିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ଚାପ ପକାଉଛନ୍ତି । ବିଜେପି ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗଣେଶ୍ୱର ବେହେରା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି । ଗଣେଶ୍ୱର ବେହେରା କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନକୁ ଅଗଣତାନ୍ତ୍ରିକ ଉପାୟରେ ଜିତିବା ପାଇଁ ବିଜେପି ସରକାର ଲାଗି ପଡିଛନ୍ତି । ବିଜେପି ନେତାମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ୍ତି । ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ବିସିଜେଡି ପ୍ରାର୍ଥୀମାନଙ୍କ ଉପରେ ଚାପ ପ୍ରୟୋଗ କରି ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନାହିଁ, ସେଠାରେ ବିନା କୌଣସି କାରଣରେ ନିର୍ବାଚନ ବାତିଲ କରାଯାଉଛି । ସବୁ ଜାଣି ମଧ୍ୟ ପଦକ୍ଷେପ ନେବା ପରିବର୍ତ୍ତେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଲିଙ୍ଗଡୋ କମିଶନ ଆଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ବିଜେପି । ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ୟୁକେ ମହାବୀର ମହାବିଦ୍ୟାଳୟର ବିସିଜେଡି ପ୍ରାର୍ଥୀଙ୍କୁ ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଜୋର ଜବରଦସ୍ତି ନେଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ବାବଦରେ ସବୁ ଜାଣି ସୁଦ୍ଧା ପୋଲିସ ପ୍ରଶାସନ ନୀରବ ରହିଛି । ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ହତ୍ୟା କରୁଛି । ବିଜେପିର ମନ୍ତ୍ରୀ, ବିଧାୟକ ଓ ନେତା ମାନେ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଅପଶକ୍ତିର ନିଶ୍ଚିତ ପରାଜୟ ହେବ । ଇପ୍ସିତା ସାହୁ କହିଥିଲେ ଯେ, ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ହିଂସାର ବାଟ ଆପଣାଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ଯେତେ ବି ବାହାସ୍ପଟ ମାରିଲେ ସୁଦ୍ଧା ନିର୍ବାଚନରେ ବିଜୟ ହେବା ଅସମ୍ଭବ । ବିଜେଡି ପ୍ରତି ଜେନ-ଜିମାନଙ୍କ ଅକୁଣ୍ଠ ସମର୍ଥନ ରହିଛି । ରାଜ୍ୟର ୧୦୦ରୁ ଊର୍ଦ୍ଧ୍ୱ କଲେଜରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଯାହାକୁ ବିଜେପି ସରକାର ସହଜରେ ଗ୍ରହଣ କରିପାରୁନାହିଁ । ଛାତ୍ର ସଂସଦ ନିର୍ବାଚନକୁ ଅନେକ କଲେଜରେ ବିନା କୌଣସି କାରଣରେ ବାତିଲ କରାଯାଉଛି । ପଟ୍ଟାମୁଣ୍ଡାଇ ଅଞ୍ଚଳର ୟୁକେ ମହାବୀର କଲେଜର ବିସିଜେଡି ପ୍ରାର୍ଥୀଙ୍କୁ ଅପହରଣ କରି ନାମାଙ୍କନ ପ୍ରତ୍ୟାହାର କରାଇବାକୁ ବାଧ୍ୟ କରାଯାଇଛି । ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା, କିନ୍ତୁ ସେ ପ୍ରତ୍ୟାହାର କରିବାକୁ ରାଜି ନହେବାରୁ ତାଙ୍କୁ ନିସ୍ତୁକ ମାଡ ମରାଯାଇଛି । କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ନାହିଁ, ସେଠାରେ ବିଜେପି ସରକାର ନିର୍ବାଚନ ବାତିଲ କରୁଛନ୍ତି । ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ସରକାର ଲାଗି ପଡିଛନ୍ତି । ଆଗାମୀ ଦିନରେ ସରକାରଙ୍କୁ ଜେନ-ଜି ଉଚିତ ଜବାବ ଦେବେ । Post navigation भारत निर्वाचन आयोग के समर्थन में 124 सेवानिवृत्त IAS/IFS अधिकारियों ने लिखा खुला पत्र