ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରୁଛନ୍ତି। ଆସନ୍ତାକାଲି ସେମାନେ ଓଡିଶାରେ ପହଞ୍ଚିବା ନେଇ ଦୂତାବାସ ତରଫରୁ ସୂଚନା ମିଳିଛି। ଫସିଥିବା ୧୭ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ଶ୍ରୀ ପଣ୍ଡା ଏକ ଚିଠି ଲେଖି ନିବେଦନ କରିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ୧୧ ଜଣ, ଢେଙ୍କାନାଳର ଜଣେ, କେନ୍ଦୁଝରର ଜଣେ ଓ ଯାଜପୁରର ୪ ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଜଣେ ଏଜେଣ୍ଟଙ୍କ ଜରିଆରେ ଲାଓସ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *