ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଷାକୁ ନେଇ ତେର୍ଚ୍ଛା ବାଣ ମାରିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା। ହେଲେ ରୋମାନ ଲିପିରେ ଲିଖିତ ଓଡିଆ ଭାଷଣ ପଢିଲେ ତାହା ଦ୍ୱାରା ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ହୁଏ ନାହିଁ।

ସେ ଆହୁରି କହିଛନ୍ତି, ଏଥର ନିର୍ବାଚନରେ ବିଜେପିର ପ୍ରସଙ୍ଗ ‘ଓଡ଼ିଆ ଅସ୍ମିତା’ ହେବ। ଓଡ଼ିଆ ଅସ୍ମିତାର ଉଦ୍ଧାର, ତାର ପୁନଃପ୍ରତିଷ୍ଠା ବିଜେପିର ପ୍ରସଙ୍ଗ ହେବ। ସେହି କଥା ନେଇ ଆମେ ଏଥର ପ୍ରତି ଅଞ୍ଚଳକୁ ଯିବୁ।

ଭର୍ତ୍ତୃହରି କହିଛନ୍ତି, ଆମେ କୋଣାର୍କକୁ ନେଇ ଗର୍ବ କରୁଛୁ, ଜଗନ୍ନାଥଙ୍କୁ ନେଇ ଗର୍ବ କରୁଛୁ। ଓଡ଼ିଆ ଭାଷା ଓ ଜାତିକୁ ନେଇ ଗର୍ବ କରୁଛୁ। ମଣିଷର ପରିଚୟ ଆସେ ସେତେବେଳେ, ସେ କଥା କହେ। ଯେଉଁ ଭାଷାରେ କଥା କହେ, ସେଥିରୁ ଜଣାପଡ଼େ ଯେ ସେ କେଉଁ ଭାଷାଭାଷି । ଓଡିଆ ଭାଷାକୁ ନେଇ ଆମେ ଗର୍ବ କରୁଥିବା ବେଳେ ରୋମାନ ଲିପିରେ ଓଡ଼ିଆ ଭାଷଣ ପଢ଼ିଲେ, ତାହା ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ହୁଏ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି। କଟକରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ ଏପରି କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *