ୱାର୍କଆଉଟ୍‌ଠାରୁ କିଛି କମ୍‌ ନୁହେଁ ଘରୋଇ କାମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ ଅଭିନେତ୍ରୀ ତଥା କମଲ ହାସନ୍‌ ତନୟା ଶ୍ରୁତି ହାସନ ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ଘରୋଇ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ତାଙ୍କର ସମସ୍ତ ଭିଡ଼ିଓ ଓ ଫଟୋରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ଶ୍ରୁତି ମଲ୍ଟିଟାଲେଣ୍ଟେଡ ଅଟନ୍ତି । ସେ ଏକାଧାରରେ ଜଣେ ଗାୟିକା ଏବଂ ରାଇଟର ମଧ୍ୟ ଅଟନ୍ତି । ଏହାବ୍ୟତୀତ ଶ୍ରୁତି ଲକ୍‌ଡାଉନ୍‌ରେ ଦେଖାଇଦେଇଛନ୍ତି ଯେ, ସେ ଗୃହସ୍ଥି କାମରେ ମଧ୍ୟ ପାରଙ୍ଗମ । ଲକ୍‌ଡାଉନ୍‌ ବେଳେ ଝାଡୁ ମାରିବା ଏବଂ ଘର ପୋଛିବା ଭଳି ଭିଡ଼ିଓ ବହୁ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ବେଳେ ଶ୍ରୁତି କିନ୍ତୁ ଏହାକୁ ନିଜର ୱାର୍କଆଉଟ୍‌ ବୋଲି ଘୋଷଣା କରିଛନ୍ତି । ଶ୍ରୃତିଙ୍କ ଅଭିନୀତ ଫିଲ୍ମ ‘ୟାରା’ ବର୍ତ୍ତମାନ ଓଟିଟି ପ୍ଳାଟଫର୍ମରେ ମୁକ୍ତିଲାଭ କରିବ । ଏଥିରେ ତାଙ୍କ ବ୍ୟତୀତ ବିଦୁ୍ୟତ୍‌ ଜମ୍‌ୱାଲ, ଅମିତ୍‌ ସାଧ, ବିଜୟ ବର୍ମା, କେନୀ ବାସୁମାତ୍ରେ ଏବଂ ସଞ୍ଜୟ ମିଶ୍ରାଙ୍କ ଭଳି କଳାକାର ନଜର ଆସିବେ । ଫିଲ୍ମଟି ଫ୍ରେଞ୍ଚ୍‌ ଫିଲ୍ମ ‘ଗ୍ୟାଙ୍ଗ୍‌ ଷ୍ଟୋରୀ’ର ବଲିଉଡ୍‌ ରିମେକ୍‌ ଅଟେ । ଫିଲ୍ମକୁ ଫ୍ରେନ୍ଦସିପ୍‌-ଡେ ଅବସରରେ ଜୁଲାଇ ୩୦ରେ ରିଲିଜ କରାଯିବ । ଫିଲ୍ମର ନିର୍ମାତା ତଥା ନିଦେ୍ର୍ଦଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ତିଗ୍‌ମାଂଶୁ ଧୂଲିଆ । ଏହାବ୍ୟତୀତ ଅନ୍ୟ ଏକ ଫିଲ୍ମ ଲାଗି ସେ ନିଜ ସାନ ଭଉଣୀ ଅକ୍ଷରା ହାସନ୍‌ଙ୍କ ସହ ବଡ଼ ପରଦାରେ ଏକାଠି କାମ କରିବେ ବୋଲି ଶୁଣିବାକୁ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*