୨୪ରେ ବିଶ୍ୱର ସବୁଠୁ ବଡ ଏଲ୍ପିଜି ପାଇପ ଲାଇନର ହେବ ଶୁଭାରମ୍ଭ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ ଲାଇନ୍କୁ ୨୪ ତାରିଖରେ ଗୋରଖପୁରରେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାକୁ ଯାଉଛନ୍ତି । କାନ୍ଦଲାରୁ ୨୦୦୦ କିମି ଲମ୍ବ ଏଲପିଜି ପାଇପଲାଇନ୍ ୯୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ । ୨୨ ବଂଟଲି ପ୍ଲାଂଟକୁ ଏହି ପାଇପଲାଇନ୍ ଏଲପିଜି ଯୋଗାଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍ୱଚ୍ଛ ଇନ୍ଧନ ପାଇଁ ଆମେ ଅନେକ କାର୍ଯ୍ୟକ୍ରମ କରିଛୁ । ଦେଶର ଉତ୍ପାଦନ ବଢୁ ଏବଂ ଆମଦାନୀ କମ୍ ହେଉ ଏ କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଛନ୍ତି ।
ଅନୁସନ୍ଧାନ ଓ ଉତ୍ପାଦନ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତରେ ଶକ୍ତି ବିଭାଗରେ ଦ୍ରୁତ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି । ଶକ୍ତି ସଂରକ୍ଷଣ କରିବା ଦିଗରେ ଭାରତ ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଆଗାମୀ ୧୦ରୁ ୨୦ବର୍ଷ ଭିତରେ ଦୁନିଆରେ ହେଉଥିବା ଅଭିବୃଦ୍ଧିର ଏକ ତୃତୀୟାଂଶ କେବଳ ଭାରତରୁ ଆସିବ ବୋଲି ବିଶେଷଜ୍ଞମାନେ ସହମତି ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭାରତର ଶକ୍ତି ସଂରକ୍ଷଣରେ ବୃଦ୍ଧି ଘଟିବ ଏବଂ ଭାରତ ନୂଆ ଶକ୍ତି ଉତ୍ସକୁ ବାହାର କରିବା ଦଗରେ ମଧ୍ୟ ଗତି କରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଅନେକ କ୍ଷେତ୍ର ଏବଂ ପଲିସିରେ ସଂସ୍କାର ଆଣିଛୁ । ପୂର୍ବରୁ ଥିବା ସରକାରମାନେ ଲାଭାଂଶ ଏବଂ ରାଜସ୍ୱ ଉପରେ ଧ୍ୟାନ ଦେଉଥିଲେ । ମାତ୍ର ମୋଦିଙ୍କ ସରକାର ଏଥିରେ ଅଭୁତପୂର୍ବ ପରିବର୍ତ୍ତନ କରିଛନ୍ତି । ଉତ୍ପାଦନକୁ ମହତ୍ୱ ଦିଆଯାଇଛି । ମୋଦିଙ୍କ ସରକାର ରାଜସ୍ୱ, ଲାଭାଂଶଙ୍କୁ ଗୁରୁତ୍ୱ ନଦେଇ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି । ଭାରତ ଶକ୍ତି ସଂରକ୍ଷଣ ଦିଗରେ ବୃଦ୍ଧି ହେଉଥିବାରୁ ଉତ୍ପାଦନକୁ ଆମେ ମହତ୍ୱ ଦେଇଛୁ । ଏହାଦ୍ୱାରା ଦେଶରେ ଏବେ ଉତ୍ପାଦନକୁ ବଡ ଗତି ମିଳିଛି । ଆମେ ଚୁକ୍ତିଭିତିକ ଆଧାରରରେ କାର୍ଯ୍ୟ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛୁ । ନିବେଶ ପାଇଁ ଦେଶର କମ୍ପାନୀ ମାନଙ୍କୁ ଅଧିକ ସ୍ୱତନ୍ତ୍ରତା ଦିଆଯାଇଛି । ଇଜ ଅଫ୍ ଡୁଇଙ୍ଗ ବିଜନେସ୍କୁ ଗୁରୁତ୍ୱ ଦେବା ସହ ପଲିସିକୁ ସରଳୀକରଣ କରିବା ପାଇଁ ମଧ୍ୟ ନିଣ୍ଣୟ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦେଶରେ ୧୩ କୋଟି ଏଲପିଜି ସଂଯୋଗ ଥିଲା । ଏହି ସଂଖ୍ୟା ୪ ବର୍ଷ ୯ ମାସରେ ବୃଦ୍ଧି ପାଇ ଦୁଇଗୁଣା ହୋଇଛି । ଏଲପିଜି ସଂଯୋଗ ମୋଟ ୨୬ କୋଟିରେ ପହଂଚିଲାଣି । ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୬ କୋଟି ୭୫ ଲକ୍ଷ ଜଣ ହିତାଧିକାରୀ ହେଲେଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*