୧ ବିଲିଅନ୍‌ ଡଲାର ବିନିମୟରେ ଭାରତକୁ ୧୩ ନାଭାଲ ଗନ୍‌ ଦେବ ଆମେରିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ୱାଶିଂଟନ

ଆମେରିକା ଭାରତକୁ ୧୩ଟି ନୌସେନା ତୋପ (ନାଭାଲ ଗନ୍‌)ଏମକେ-୪୫ ବିକ୍ରୟ ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ୧୦୦ କୋଟି ଡଲାର(ପାଖାପାଖି ୭୧୦୦ କୋଟି ଟଙ୍କା) ବିନିମୟରେ ଆମେରିକା ସମସ୍ତ ଉପକରଣ ସହ ଏହି ତୋପଗୁଡିକୁ ପ୍ରଦାନ କରିବ । ଆମେରିକାର ବିଭିନ୍ନ ପ୍ରତିରକ୍ଷା ବୁଝାମଣାକୁ ମଞ୍ଜୁରୀ କରୁଥିବା ପ୍ରତିରକ୍ଷା ସୁରକ୍ଷା ଏବଂ ସହଯୋଗ ସଂସ୍ଥା(ଡିଏସସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ପରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ଚୂଡାନ୍ତ ହୋଇଛି ।
ରିପୋର୍ଟ ଅନୁଯାୟୀ, ଏହି ଗନ୍‌ଗୁଡିକୁ ଆମେରିକା ପ୍ରତିରକ୍ଷା ବିଭାଗ ନୌସେନା ପାଇଁ ପ୍ରସ୍ତୁତ କରିଥିଲା । ଏବେ ଭାରତକୁ ଏହାର ଅପଗ୍ରେଡ ଭର୍ସନ ହସ୍ତାନ୍ତର କରାଯିବ । ଏହି ଅପଗ୍ରେଡ ଭର୍ସନରେ ବ୍ୟାରଲର ଲମ୍ବ ପୂର୍ବାପେକ୍ଷା ଅଧିକ ରହିଛି । ଏମକେ -୪୫ ତୋପ ଯୁଦ୍ଧଜାହାଜର ପୃଷ୍ଠରୁ ଏବଂ ଆକାଶରୁ ହମଲା କରିବା ପାଇଁ ସକ୍ଷମ ଅଟେ । ଏମକେ-୪୫ ଭାରତୀୟ ନୌସେନାରେ ସାମିଲ୍‌ ହେଲେ ଏହାର କ୍ଷମତା ଯଥେଷ୍ଟ ବୃଦ୍ଧି ହେବ । ଏହି ତୋପର ଚାଳନା ପାଇଁ ଆମେରିକା ଭାରତୀୟ ନୌସେନାକୁ ତାଲିମ ଦେବ । ଉକ୍ତ ଗନ୍‌ ସହ ଆମେରିକା, ଭାରତକୁ ୩୫୦୦ ପ୍ରୋଜେକ୍ଟାଇଲ, ଗୋଳାବାରୁଦ ସମେତ ଅନ୍ୟ କିଛି ଉପକରଣ ଭାରତକୁ ବିକ୍ରି କରିବ । ଏହି ଉପକରଣଗୁଡିକୁ ଭାରତରେ ପହଞ୍ଚାଇବାର ଖର୍ଚ୍ଚ ଆମେରିକା ବହନ କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*