ହାଇସ୍କୁଲଟିଏ ନାହିଁ,ଭରା ନଈ ପାରି ହୋଇ ଯାଉଛନ୍ତି ପଢ଼ିବାକୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:କେନ୍ଦ୍ରାପଡ଼ା

ହାଇସ୍କୁଲଟିଏ ନଥିବାରୁ ଅତ୍ୟନ୍ତ ବିପଜ୍ଜନକ ଭାବରେ ନଦୀପାର ହୋଇ ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଭଦ୍ରକ ଜିଲ୍ଲାକୁ ଯାଉଛନ୍ତି ପାଠପଢିବା ପାଇଁ । ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପାଠପଢା ଶେଷ କରିବା ପରେ ଅଧିକ ଶିକ୍ଷାଲାଭ ପାଇଁ ବୈତରଣୀନଦୀ ପାର ହୋଇ ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ହାଇସ୍କୁଲକୁ ଯାଉଛନ୍ତି ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ ।
ସ୍ୱାଧୀନତାର ୭୩ବର୍ଷ ପରେବି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମରେ ହାଇସ୍କୁଲଟିଏ ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିନି । ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୧୮ଜଣଙ୍କ ମଧ୍ୟରୁ ୮ଜଣ ଛାତ୍ରୀ ଓ ୧୦ଜଣ ଛାତ୍ର, ଦ୍ୱିତୀୟ ଶ୍ରେଣୀରେ ୪୯ଜଣଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଓ ୩୨ଜଣ ଛାତ୍ର, ତୃତୀୟ ଶ୍ରେଣୀରେ ୪୪ଜଣଙ୍କ ମଧ୍ୟରୁ ୨୦ଜଣ ଛାତ୍ରୀ ଓ ୨୪ଜଣ ଛାତ୍ର, ଚତୁର୍ଥ ଶ୍ରେଣୀରେ ୪୩ଜଣଙ୍କ ମଧ୍ୟରୁ ୨୯ଜଣ ଛାତ୍ରୀ ଓ ୧୪ଜଣ ଛାତ୍ର, ପଞ୍ଚମ ଶ୍ରେଣୀରେ ୪୭ଜଣଙ୍କ ମଧ୍ୟରୁ ୨୫ଜଣ ଛାତ୍ରୀ ଓ ୨୨ଜଣ ଛାତ୍ର, ଷଷ୍ଠ ଶ୍ରେଣୀରେ ୩୪ଜଣଙ୍କ ମଧ୍ୟରୁ ୧୯ଜଣ ଛାତ୍ରୀ ଓ ୧୫ଜଣ ଛାତ୍ର, ସପ୍ତମ ଶ୍ରେଣୀରେ ୪୮ଜଣଙ୍କ ମଧ୍ୟରୁ ୩୧ଜଣ ଛାତ୍ରୀ ଓ ୧୭ଜଣ ଛାତ୍ର ଏବଂ ଅଷ୍ଟମ ଶ୍ରେଣୀରେ ୪୧ଜଣଙ୍କ ମଧ୍ୟରୁ ୨୦ଜଣ ଛାତ୍ରୀ ଓ ୨୧ଜଣ ଛାତ୍ର ଅଛନ୍ତି । ବିଦ୍ୟାଳୟରେ ମୋଟ ୩୨୪ଜଣଙ୍କ ମଧ୍ୟରୁ ୧୬୯ଜଣ ଛାତ୍ରୀ ଓ ୧୫୫ଜଣ ଛାତ୍ର ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପୃଷ୍ଟିଙ୍କଠାରୁ ଜଣାପଡିଛି ।
ବୈତରଣୀ ନଦୀକୁ ଡଙ୍ଗାରେ ପାରି ହୋଇ ଅତ୍ୟନ୍ତ ବିପଜ୍ଜନକ ଭାବରେ ଦୈନିକ ମାନପୁର ଗ୍ରାମରୁ ଭଦ୍ରକ ଜିଲ୍ଲାର ଆରଡିକୁ ଛାତ୍ରଛାତ୍ରୀମାନେ ପାଠପଢିବାକୁ ଯାଇଥାନ୍ତି । ହେଲେ ନଦୀରେ କୁମ୍ଭୀର ଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏଭଳି ବିପଜ୍ଜନକ ଭାବରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ଛାତ୍ରଛାତ୍ରୀଙ୍କର ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ । ମାନପୁର ସରକାରୀ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅପଗ୍ରେଡେଡ କରାଯାଇ ସେଠାରେ ଏକ ହାଇସ୍କୁଲ ଖୋଲାଯିବାର ଆବଶ୍ୟକତା ରହିଛି । ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ମାନପୁର ଅଞ୍ଚଳବାସୀ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*