ସୟଦ ମୋଦି ଚାମ୍ପିୟନ୍ସିପ୍: ଦ୍ୱିତୀୟ ରାଉଣ୍ଡ୍‌ରେ ଶ୍ରୀକାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ

ଏଠାରେ ଚାଲିଥିବା ସୟଦ ମୋଦି ଅନ୍ତର୍ଜାତୀୟ ଚାମ୍ପିୟନ୍ସିପ୍‌ର ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ଭାରତୀୟ ଖେଳାଳି କିଡ଼ାମ୍ବୀ ଶ୍ରୀକାନ୍ତ । ଶ୍ରୀକାନ୍ତ ରୁଷ୍ ଭ୍ଲାଦିମିର୍ ମାଲ୍କଭ୍‌ଙ୍କୁ ୨୧-୧୨,୨୧-୧୧ ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ଚାଲିଥିଲା ୩୬ ମିନିଟ୍ । ଦ୍ୱିତୀୟ ରାଉଣ୍ଡ୍‌ରେ ଶ୍ରୀକାନ୍ତ ନିଜ ଦେଶର ସାଥୀ ଖେଳାଳି କଶ୍ୟପଙ୍କ ବିପକ୍ଷରେ ଖେଳିବେ । ଗତ ସପ୍ତାହରେ ସ୍କଟିସ୍ ଓପନ୍‌ରେ ବିଜୟ ହାସଲ କରିଥିବା ୧୮ ବର୍ଷିୟ ଲକ୍ଷ୍ୟ ସେନ୍ ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ଫ୍ରାନ୍ସର ଥୋମାସ୍ ରାସେଲ୍‌ଙ୍କ ସହ ମ୍ୟାଚ୍ ଥିଲା । କିନ୍ତୁ ଥୋମାସ୍ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାରୁ ସେନ୍‌ଙ୍କୁ ୱାକ୍ଓଭର୍ ମିଳିଯାଇଥିଲା । ମହିଳା ବର୍ଗର ପ୍ରାରମ୍ଭିକ ରାଉଣ୍ଡ୍‌ର ଭୃଷାଲି ଗୁମାଦିଙ୍କୁ ୨୧-୧୬, ୨୧-୧୬ରେ ପରାସ୍ତ କରି ଭାରତର ଅସ୍ମିତା ଚଲିହା ପରବର୍ତ୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ମ୍ୟାଚ୍ ଜିତିବାକୁ ଚଲିହା ୩୨ ମିନିଟ୍ ସମୟ ନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*