ସ୍ଥାୟୀ ଜମିପଟ୍ଟା ଓ ବିଦୁ୍ୟତ ସଂଯୋଗ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:ଭଦ୍ରକ

ସ୍ଥାୟୀ ଜମିପଟ୍ଟା, ବିଦୁ୍ୟତ୍ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ମଙ୍ଗଳବାର ଶତାଧିକ ଅନୁସୂଚିତ ଜନଜାତିର ବ୍ୟକ୍ତି ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ପୌରପାଳିକା ଅଧିନସ୍ଥ ୧୦ନମ୍ବର ୱାର୍ଡ଼ ଜଗନ୍ନାଥପୁର ଗ୍ରାମର ପ୍ରଫୁଲ୍ଲ ଚାମ୍ପିଆ, ଦେବେନ୍ଦ୍ର ମୁନ୍ଦା, ବାଇଦର ମୁନ୍ଦା, ରେବତୀ ହୋଙ୍କ ସମେତ ଶତାଧିକ ସ୍ୱାକ୍ଷର ସମ୍ବଳିତ ସ୍କାରକପତ୍ରର ଅଭିଯୋଗ ଅନୁଯାୟୀ ଉପରୋକ୍ତ ସାହିର ସାଳନ୍ଦୀ ନଦୀବନ୍ଧ କୂଳରେ ୩୬ରୁ ଉଦ୍ଧ୍ୱର୍ ଆଦିବାସୀ ପରିବାର ୩ପୁରୁଷ ଧରି ରହିଆସୁଛନ୍ତି । ଦୀର୍ଘ ୧ଶହରୁ ଉଦ୍ଧ୍ୱର୍ ବର୍ଷ ଧରି ଏସମସ୍ତ ପରିବାରର ଶତାଧିକ ଲୋକ ଏହି ସ୍ଥାନରେ ବସବାସ କରୁଥିଲେ ମଧୟ ସେମାନଙ୍କୁ ଆଜି ଭୂମୀହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ କରାଯାଇ ନାହିଁ । ଅପରପକ୍ଷରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ସେମାନେ ବସବାସ କରୁଥିବା ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ସେମାନଙ୍କୁ ଏହି ସ୍ଥାନରୁ ତଡ଼ିବାକୁ ଉଦ୍ୟମ କରୁଛନ୍ତି । ସେହିପରି ବସବାସ କରୁଥିବା ଘରର ମରାମତି ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଉ ନଥିବା ବେଳେ, ସୌଭାଗ୍ୟଯୋଜନାରେ ସେମାନଙ୍କ ପାଇଁ ଉଦ୍ଦଦିଷ୍ଟ ବିଦୁ୍ୟତ୍ ସଂଯୋଗକୁ ସରକାରୀ ଚାାକିରୀ କରିଥିବା ଲୋକମାନେ ବ୍ୟବହାର କରୁଛନ୍ତି । ତେଣୁ ସହରାଞ୍ଚଳ ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସେମାନଙ୍କୁ ପଟ୍ଟା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*