ସୂଚନା ଅଧିକାର ଆଇନ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

କଟକ ପ୍ରମିଳା ମନ୍ଦପଠାରେ ସୂଚନା ଅଧିକାର ଆଇନର କର୍ମଶାଳା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ବିଶିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ମାନବାଧିକାର କର୍ମୀ ଶ୍ରୀ ଅଖନ୍ଦ, ଓଫାପର କାର୍ଯ୍ୟକାରୀ ସଭାପତି ସଞ୍ଜୁକ୍ତା ପାଣିଗ୍ରାହୀ, ଆଶ୍ୱସ୍ତି ଫାଉନେ୍ଦସନ ରାଜ୍ୟ ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ କର୍ମଶାଳା ଆୟୋଜିତ ହୋଇଥିଲା ।
ଏହି ଆଲୋଚନା ସଭାରେ ସୂଚନା ଅଧିକାର ଆଇନର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସୁଦର୍ଶନ ପତି, ବ୍ୟୋମକେଶ କାନୁନଗୋ, ପ୍ରଜ୍ଞାତ୍ୟୋଜି ଦାଶ, ସୁବାଶିସ ମହାପାତ୍ର, ସୁଭଦ୍ରା ଭୌମିକ, ସୁକାନ୍ତ ସେଠୀ, ସନ୍ଧ୍ୟା ପ୍ରିୟଦର୍ଶୀନି, ବ୍ରହ୍ମାନନ୍ଦ ଭୋଇ, ପ୍ରତାପ ମହାନ୍ତି, ରଶ୍ମିତା ସାହୁ, ପୂର୍ଣ୍ଣେନ୍ଦୁ ଜେନା, ଆଇନଜୀବୀ ଆକାଶ ଭୂୟାଁ, ବାସୁଦେବ ସେଠୀ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଆଇନଜୀବୀ ଗିରିଜାଶଙ୍କର ମହାନ୍ତି, ଶିବଚରଣ ପନ୍ଦା, ଶରତ ପତି, ସେବାଘର ସମ୍ପାଦକ ବିନୟ କେତନ ଚୌଧୁରୀ ଓ କଟକ ଜିଲ୍ଲାର ସୂଚନାଅଧିକାର କର୍ମୀ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*