ସୁପର ହିରୋ ପାଇଁ ମୋର ଆଉ ବୟସ ନାହିଁ: ସଲମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବର୍ତ୍ତମାନ ସଲମାନ ତାଙ୍କ ହୋମ ପ୍ରଡକ୍ସସନ୍‌ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାକୁ ନେଇ ନିଜେ ସଲମାନ ଯେତିକି ଉତ୍ସାହିତ ଅଛନ୍ତି, ତାଙ୍କ ଫ୍ୟାନମାନେ ତାଠାରୁ ଅଧିକ ଉତ୍ସାହିତ ଅଛନ୍ତି ।
ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ସଲମାନ ଅଭିନୀତ ‘ଭାରତ’ର ରିଲିଜ ଇଦ୍ରେ ହେବ ବୋଲି ଜଣାପଡିଛିି । ଏହା ମଧ୍ୟରେ ସଲମାନଙ୍କୁ ଏକ ବଡ ଫିଲ୍ମରେ ସୁପର ହିରୋର ରୋଲ ପାଇଁ ଅଫର ମିଳିଥିଲା କିନ୍ତୁ ସଲମାନଙ୍କ ଏହି ଅଫରକୁ ମନା କରିଦେଇଥିଲେ । ଟିଜର ରିଲିଜ ସମୟରେ ସାମ୍ବାଦିକମାନେ ତାଙ୍କୁ ଏହି ବିଷୟରେ ପ୍ରଶ୍ନ କରିବାରୁ ସଲମାନ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ କି, କ’ଣ ତାଙ୍କର ଆଉ ସୁପର ହିରୋ ହେବାର ବୟସ ଅଛି କି?
ନିଦେ୍ର୍ଦଶକ ରୋହିତ ଧୱନ ଏକ ସୁପରହିରୋ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଏହାର ସ୍କ୍ରିପ୍ଟ ମଧ୍ୟ ଲେଖା ସରିଛି କିନ୍ତୁ ଏହି ରୋଲ ପାଇଁ ହିରୋ ଖୋଜା ଚାଲିଛି । ପ୍ରଥମେ ଏହି ଅଫର ହ୍ରିତିକ ରୋଶନଙ୍କୁ ଦିଆଯାଇଥିଲା । ସେ ଏହାକୁ ମନା କରିବା ପରେ ରୋହିତ ସଲମାନଙ୍କୁ ଏହି ଅଫର ଦେଇଥିଲେ । ସେ ମଧ୍ୟ ଏହାକୁ ମନା କରିଦେଲେ ।
ଗତ ଡିସେମ୍ବର ୨୭ରେ ସେ ତାଙ୍କର ୫୩ ତମ ଜନ୍ମ ଦିନ ପାଳନ କରିଥିଲେ । ସଲମାନ କହିଛନ୍ତି କି, ଏ ବୟସରେ ସେ ସୁପରହିରୋ ଚରିତ୍ରରେ ଅଭିନୟ କରିପାରିବେ ନା ଏହି ଚରିତ୍ରକୁ ନ୍ୟାୟ ଦେଇପାରିବେ ।
ସଲମାନଙ୍କ ପାଖରେ ଏବେ ସିନେମାର ଅଭାବ ନାହିଁ । ‘ଭାରତ’ର ସୁଟିଂ ଶେଷ ହେବା ପରେ ସେ ‘ଦବଙ୍ଗ -୩’ ପାଇଁ କାମ ଆରମ୍ଭ କରିବେ ଓ ଏହା ପରେ କିକ-୨ ମଧ୍ୟ ନିର୍ମାଣ ହେବାର ଯୋଜନା ରହିଛି ।
ସୂଚନା ଯୋଗ୍ୟ ଯେ, ସଲମାନଙ୍କ ଠାରୁ ବୟସରେ ବଡ ଶାହରୁଖ ଖାନ୍‌ଙ୍କୁ ଦର୍ଶକେ ରା ୱାନ୍‌ ଭଳି ଫିଲ୍ମରେ ସୁପର ହିରୋ ଭୂମିକାରେ ଦେଖିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*