ସିରିଜ ଜିତାଇ ବି ମୁଁ ହୋଇଥିଲି ବିଦା: ଗାଭାସ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ଏବେ ବି ବୁଝି ପାରିନାହାନ୍ତି ଯେ ୧୯୭୮-୭୯ ଘରୋଇ ସିରିଜରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧-୦ର ସିରିଜ ବିଜୟ ସତ୍ତ୍ୱେ କାହିଁକି ତାଙ୍କୁ ଭାରତୀୟ ଦଳର ଅଧିନାୟକ ପଦରୁ ବାହାର କରାଯାଇଥିଲା । ବ୍ୟାଟ୍ସମ୍ୟାନ୍‌ ଭାବରେ ବି ସଫଳ ଥିଲେ ସୁନୀଲ । ୭୦୦ରୁ ଅଧିକ ରନ ସେ ସ୍କୋର କରିଥିଲେ । ତା’ ସତ୍ତ୍ୱେ ତାଙ୍କୁ ସିରିଜ ପରେ ବିଦା କରି ଭେଙ୍କଟରାଘବନଙ୍କୁ ଅଧିନାୟକ କରାଯାଇଥିଲା । ଏକ ସମ୍ବାଦ ପତ୍ରରେ ନିଜ ସ୍ତମ୍ଭରେ ଗାଭାସ୍କର ଲେଖିଛନ୍ତି- ମୋତେ ଅଧିନାୟକ ପଦରୁ ବିଦା କରାଯାଇଥିଲା ସିରିଜ୍‌ ବିଜୟ ପ୍ରଦାନ ପରେ । ଯେଉଁ ସିରିଜରେ ମୁଁ ୭୦୦ରୁ ବେଶୀ ରନ ସ୍କୋର ବି କରିଥିଲି । କାହିଁକି ବିଦା କରାଯାଇଥିଲା ସେ କାରଣ ଜାଣିପାରିଲିନି ଏଯାଏଁ । ବୋଧେ ମୁଁ କ୍ୟାରୀ ପାକରଙ୍କ ବିଶ୍ୱ ସିରିଜ୍‌ କ୍ରିକେଟରେ ଯୋଗ ଦେବା ସପକ୍ଷରେ ମତ ଦେଇଥିବାରୁ । ହେଲେ ମୁଁ ତ ବିସିସିଆଇ କଣ୍ଟ୍ରାକ୍ଟ ରେ ଦସ୍ତଖତ କରି ମୋର ପ୍ରତିବଦ୍ଧତା ହୋଇସାରିଥିଲି । ସେ କିପରି ଚୟନକର୍ତ୍ତାଙ୍କ ସହ ଲଢି ବିଶେନ ସିଂହ ବେଦୀଙ୍କୁ ଦଳରେ ସିରିଜ ପାଇଁ ରଖିଥିଲେ ଆଉ ଚେଷ୍ଟା କରି ମଧ୍ୟ ରାଜିନ୍ଦର ଗୋଏଲଙ୍କୁ ଦଳରେ ନେଇପାରିନଥିଲେ ସେ ବିଷୟ ବିସ୍ତୃତ ଭାବେ ଏହି ସ୍ତମ୍ଭରେ ଲେଖିଛନ୍ତି ଗାଭାସ୍କର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*