ସିଆନ୍‌ ଆର୍ଚେରୀ: ସ୍ୱର୍ଣ୍ଣ ସହ କୋଟା ଜିତିଲେ ଦୀପିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବ୍ୟାଙ୍କକ୍‌

ସ୍ୱାଧୀନ ଖେଳାଳି ଭାବରେ ଏଠାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଆର୍ଚେରୀ ଚମ୍ପିଆନ୍‌ସିପ୍‌ରେ ଦୀପିକା କୁମାରୀ ସ୍ୱର୍ଣ୍ଣପଦକ ପାଇଛନ୍ତି । ଅଙ୍କିତାଙ୍କୁ ମିଳିଛି ରୌପ୍ୟ ପଦକ । ଏଥିସହ ଅଲିମ୍ପିକ୍‌ କୋଟା ଟିକେଟ ମଧ୍ୟ ହାସଲ କରିବାର ସଫଳତା ମିଳିଯାଇଛି । ଏହି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ବନିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩ ବ୍ୟକ୍ତିଗତ କୋଟା ଟିକେଟ ଟୋକିଓ ସକାଶେ ରହିଥିଲା । ଜାତୀୟ ଫେଡେରେସନ୍‌କୁ ବାସନ୍ଦ କରାଯାଇଥିବାରୁ ବ୍ୟକ୍ତିଗତ ଖେଳାଳି ଭାବରେ ଏଠାରେ ଅଂଶ ଗ୍ରହଣ କରୁଥିବା ଦୀପିକା ଏବଂ ଅଙ୍କିତା ଅତ୍ୟନ୍ତ ଚମକ୍ରାର ପ୍ରଦର୍ଶନ କରିଥିଲେ ଗୁରୁବାର । ଦୀପିକା ମାଲେସିଆର ଖେଳାଳି ନୂରଙ୍କୁ ୭-୨, ଇରାନର ନେମାତିଙ୍କୁ ୬-୪ ଏବଂ ସ୍ଥାନୀୟ ଖେଳାଳି ନରିସାରାଙ୍କୁ ୬-୨ରେ ହରାଇ ଶେଷ ୪ ଜଣିଆ ବର୍ଗରେ ପ୍ରବେଶ କରିବା ସାଙ୍ଗକୁ ଅଲିମ୍ପିକ୍‌ କୋଟା ହାସଲ କରିନେଇଥିଲେ । ପରେ ଦୀପିକା ଆଉ ଏକ ଏକତରଫା ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱିଙ୍କୁ ୬-୨ରେ ହରାଇ ଫାଇନାଲରେ ପ୍ରବେଶ କରାଇଥିଲେ । ସେମିକୁ ଯିବା ମ୍ୟାଚ୍‌ରେ ଦୀପିକା ନିଜ ଭାବି ସ୍ୱାମୀ ଅତନୁ ଦାସଙ୍କୁ ଯେମିତି ହେଲେ ୨୮ ପଏଣ୍ଟ ସ୍କୋର କରିବେ ବୋଲି ନିଜ ଆଡୁ ଚ୍ୟାଲେଞ୍ଜ ଦେଇଥିଲେ । ଆଉ ସେ ଆଉ ଗୋଟିଏ ପଏଣ୍ଟ ଅଧିକ ଅର୍ଥାତ୍‌ ୨୯ ସ୍କୋର କରି ପହଞ୍ଚିଥିଲେ ସେମିରେ । ଅପରପକ୍ଷରେ ଅଙ୍କିତା ହଂକଂକର ଖେଳାଳିଙ୍କୁ ୭-୧, ଭିଏତ୍‌ନାମର ଖେଳାଳିଙ୍କୁ ୬-୦ ଏବଂ କାଜାକାସ୍ଥାନର ଖେଳାଳିଙ୍କୁ ୬-୪ରେ ହରାଇବା ପରେ ସେମିଫାଇନାଲରେ ଭୁଟାନର କର୍ମାଙ୍କୁ ୬-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଯେଉଁଠାରେ ସେ ଦୀପିକାଙ୍କ ପାଖରୁ ହାରି ରୌପ୍ୟ ପାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*