ସାଇ ଜାରୀ କଲା ନିୟମ,ଖେଲୋ ଇଣ୍ଡିଆ ଫିର୍‌ ସେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦେଶରେ କ୍ରୀଡ଼ା ଧାରା ପୁନଃ ଆରମ୍ଭ କରିବା ପାଇଁ ସାଇ ପକ୍ଷରୁ ଗୁରୁବାର ଦିନ ଏକ ବିସ୍ତୃତ ଏସଓପି ବା ସାଧାରଣ ଗ୍ରହଣୀୟ ନିୟମ ଜାରୀ କରାଯାଇଛି । ସାଇ ସଚିବ ରୋହିତ ଭରଦ୍ୱାଜଙ୍କ ନେତୃତ୍ୱରେ ଗଠିତ ଏକ ୬ଜଣିଆ କମିଟି ଏହି ନିୟମ ପ୍ରଣୟନ କରିଛନ୍ତି । ତୁରନ୍ତ ଏହା ଦେଶରେ ଲାଗୁ ହେବାକୁ ଆଦେଶ ପ୍ରଦାନ ହୋଇଛି । କରୋନା ମହାମାରୀ ଜାରି ଅବସ୍ଥାରେ ମାସ୍କ ପିନ୍ଧା, ହାତ ଧୋଇବା ଏବଂ ସାମାଜିକ ଦୂରତାକୁ ମୂଳ ବିଷୟ କରାଯାଇଛି ଏହି ନିୟମ ଗୁଡ଼ିକରେ । ଏହାକୁ ପାଳନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ପ୍ରଶାସନ ପାଖରୁ ଅନୁମତି ପତ୍ର ଦେବାକୁ ବାଧ୍ୟ କରାଯାଇଛି । ଆଞ୍ଚଳିକ ଆବଶ୍ୟକତାକୁ ପୂରଣ କରିବାକୁ ମଧ୍ୟ ଏଥିରେ ରହିଛି ସୁଯୋଗ । ଆଥଲେଟିକ୍ସ, ହକି, ବ୍ୟାଡ଼ମିଣ୍ଟନ, ବକ୍ସିଂ ଏବଂ ସୁଟିଂ ଭଳି ୧୧ଟି ଖେଳରେ ଆଉଟ୍‌ଡୋର ଅଭ୍ୟାସ ପାଇଁ ମିଳିଛି ଅନୁମତି । ସୁଇମିଙ୍ଗ୍‌ପୁଲ୍‌ ବ୍ୟବହାର ଉପରେ ରୋକ ଜାରୀ ରହିଛି । ସବୁ ଖେଳାଳିକୁ କରୋନା ସଂକ୍ରମଣ ବାବଦରେ ଜ୍ଞାନ ପ୍ରଦାନ ସହ ଏହାକୁ ରୋକିବା ପାଇଁ କ’ଣ କରାଯିବା ଦରକାର ତାହା ବଢା ଯିବାକୁ କୁହାଯାଇଛି । କ୍ରୀଡ଼ା କେନ୍ଦ୍ରଗୁଡ଼ିକର ଗେଟ୍‌ ପାଖରୁ ସ୍ୱଚ୍ଛତା ଓ ସାମାଜିକ ଦୂରତା ନିୟମ ଲାଗୁ କରାଯିବ । ଖେଳାଳି ମାନଙ୍କର ନିୟମିତ ମେଡ଼ିକାଲ ଯାଞ୍ଚ ହେବ ଆଉ ସେମାନଙ୍କ ଅସୁସ୍ଥତା ଟିପା ହୋଇରହିବ । ଖେଳାଳିମାନେ ନିଜ ବ୍ୟକ୍ତିଗତ ଜିନିଷ ଓ ଖେଳ ଉପକରଣ ଅନ୍ୟ କାହାକୁ ନଦେବା ଲାଗି କୁହାଯାଇଛି ଏଥିରେ ।
ରହିବେ କୋଭିଡ଼ ଟାସ୍କ ଫୋର୍ସ
ଦେଶରେ ପର୍ଯ୍ୟାୟ କ୍ରମରେ ଖେଳାଳିମାନଙ୍କର ଟ୍ରେନିଂ ଆରମ୍ଭ ପାଇଁ ସାଇ ବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ବନାଇଛି ନିୟମ କାନୁନ୍ । ସେଥିରେ ଏକ କୋଭିଡ଼ ଟାସ୍କ ଫୋର୍ସ ପ୍ରତି ସାଇ କେନ୍ଦ୍ରରେ ରହିବା ବିଷୟ କୁହାଯାଇଛି । ଏହି ଟାସ୍କ ଫୋର୍ସ ସାଇ କେନ୍ଦ୍ରର ଷ୍ଟାଫ ଏବଂ ଖେଳାଳିମାନଙ୍କୁ କୋଭିଡ଼ ନିୟମ ପାଳନ ବାବଦରେ ଗାଇଡ଼ କରିବେ ଓ ଏହା ଉପରେ ନଜର ରଖିବେ । ପ୍ରତି ଜାତୀୟ କ୍ରୀଡ଼ା ସଂଘର ମୁଖ୍ୟ କୋଚ ଏହି ଫୋର୍ସର ସଦସ୍ୟ ରହିବେ । ପ୍ରତି ସାଇ କେନ୍ଦ୍ରର ମୁଖ୍ୟ ଏହି ଫୋର୍ସର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସାଇ ଦ୍ୱାରା ଟ୍ରେନିଂ ପାଇଁ ଯେଉଁ ଗାଇଡ଼ ଲାଇନ୍ ହୋଇଛି ତାହାର ପାଳନ ଏହି ଟାସ୍କ ଫୋର୍ସ ସୁନିଶ୍ଚିତ କରିବା । ଖେଳଗୁଡ଼ିକୁ ୪ ମୁଖ୍ୟ ଗ୍ରୁପରେ ଭାଗ କରାଯାଇଛି- ଦେହ ଲାଗୁ ନଥିବା ଖେଳ, ଅଳ୍ପ ଦେହ ଲାଗୁଥିବା, ପୁରା ଦେହ ଲାଗୁଥିବା ଏବଂ ୱାଟର ସ୍ପୋର୍ଟ୍ସ । ଖେଳାଳି, କୋଚ ଓ ଷ୍ଟାଫ ମାନଙ୍କ ପାଇଁ ଆରୋଗ୍ୟସେତୁ ବାଧ୍ୟତାମୂଳକ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*