ସହିଦ୍‌ ପାଇଲଟଙ୍କ ଶେଷକୃତ୍ୟ ସଂପନ୍ନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଚଣ୍ଡିଗଡ

ବୁଧବାର ବଡଗାମଠାରେ ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାରେ ସହିଦ୍‌ ହୋଇଥିବା ସ୍କା୍ୱର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠ ଏବଂ ନିନନ୍ଦ ମନ୍ଦଭଗନେଙ୍କୁ ତୋପ ସଲାମୀ ପ୍ରଦାନ ପୂର୍ବକ ସେମାନଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ସିଦ୍ଧାର୍ଥଙ୍କର ଚନ୍ଦିଗଡ ଏବଂ ନିନନ୍ଦଙ୍କର ନାସିକଠାରେ ଶେଷସଂସ୍କାର କରାଯାଇଥିଲା । ସେମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଉଭୟ ସ୍ଥାନରେ ପ୍ରବଳ ଜନ ସମାଗମ ଘଟିଥିଲା । ଭାରତ ମାତା କୀ ଜୟ, ଯବାନ ଅମର ରହେର ଧ୍ୱନୀ ଚାରିଆଡେ ଗୁଞ୍ଜରିତ ହୋଇଥିଲା ।
ସ୍କା୍ୱର୍ଡନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କ ମରଶରୀରକୁ ତାଙ୍କ ପତ୍ନୀ ସ୍କା୍ୱର୍ଡନ ଲିଡର ଆରତୀ ବଶିଷ୍ଠ କାନ୍ଧ ଦେଇ ଶେଷ ବିଦାୟ ଜଣାଇଥିଲେ । ବାପା ଜଗଦୀଶ ବଶିଷ୍ଠ ନିଜର ୩୧ ବର୍ଷୀୟ ପୁଅକୁ ମୁଖାଗ୍ନି ଦେଇଥିଲେ । ଗତ ବର୍ଷ କେରଳରେ ବନ୍ୟାବେଳେ ବାୟୁସେନା ପକ୍ଷରୁ ଚଳାଯାଇଥିବା ଉଦ୍ଧାର କାର୍ଯ୍ୟବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସିଦ୍ଧାର୍ଥ । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ସିଦ୍ଧାର୍ଥଙ୍କ ଶେଷକୃତ୍ୟବେଳେ ତାଙ୍କ ପତ୍ନୀ ଆରତୀ ଏବଂ ବାପାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*