ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଗୁରୁବାର ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ୍‌ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ସାମାଜିକ ଅର୍ନ୍ତଭୁକ୍ତ ଓ ଅଗ୍ରଗାମୀ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇ ଜଳ ସହାୟତାର ପୂର୍ବତନ ଆଂଚଳିକ ପରିଚାଳିକା ତଥା ଏନଏଡ଼ବ୍ଲୁଓ ର ସଦସ୍ୟା ବିଶାଖା ଭଞ୍ଜ କହିଥିଲେ ଯେ ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ରହିଛି । ସରକାରଙ୍କ ଅନେକ ଯୋଜନା ତଥା, ସ୍ୱଂୟ ସ୍ୱହାୟକ ଗୋଷ୍ଠି ମାଧ୍ୟମରେ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି । ଏହାଦ୍ୱାରା ମହିଳା ମାନଙ୍କୁ ଅର୍ଥନୈତିକ ସୁଦୃଢୀକରଣ କରାଯାଉଛି । ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଉପାନ୍ତ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଏବେ ବି ଲିଙ୍ଗଗତ, ଜାତିଗତ, ଭାଷାଗତ, ଧର୍ମଗତ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭେଦଭାବ ଦେଖାଯାଉଛି । ଏହାର ଉଦାହରଣ ହେଉଛି ଏସଡ଼ିଜିରେ ହୋଇଥିବା ୧୭ଟି ଲକ୍ଷ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଏବଂ ଏହା ଅବଧି ୨୦୧୫ ରୁ ୨୦୩୦ ପର୍ଯ୍ୟନ୍ତ ରହିଛି । ଯାହାଦ୍ୱାରା ଅର୍ଥନୀତି ବ୍ୟବସ୍ଥାରେ ଅଗ୍ରଣୀ ଅଣିବାରେ ଲକ୍ଷ୍ୟ ରଖାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଆମ୍ବେଦକର ଲୋହିଆ ବିଚାରମଂଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ଭାରତବର୍ଷରେ ଲିଙ୍ଗଗତ, ଜାତିଗତ, ଭାଷାଗତ, ଧର୍ମଗତର ପାର୍ଥକ୍ୟ ଦେଖାଯାଉଛି ବୋଲି କହିଥିଲେ । ସମ୍ବିଧାନରେ ସମାନତା ନ୍ୟାୟ ପାଇଁ ନିର୍ଦ୍ଧିଷ୍ଠ ଧାରା ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରି ହୋଇପାରୁନାହିଁ । ଏପରି କି ଜୀବନ୍ତ ଅବସ୍ଥାରେ ଜାତିପ୍ରଥା ଭେଦଭାବ ରହିଥିବା ବେଳେ ମୃତ ପରେ ମଧ୍ୟ ଏହା ରହିିଛି ବୋଲି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ସମାଜର ମଙ୍ଗଳ ତଥା ବିକାଶ ପାଇଁ ଅଧିକାଂଶ ମହିଳା ରାଜନୀତିରେ ତଥା ବିଭିନ୍ନ ସଭା ସମିତିରେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରି ସେମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ଅହ୍ୱାନ କରିଥିଲେ । ଏହାର ଉଦାହରଣ ଦେବାକୁ ଯାଇ ସେ ବାବା ସାହେବ ଆମ୍ବେଦକରଙ୍କ ଉକ୍ତି “ସମାଜର ପ୍ରତ୍ୟେକ କ୍ଷେତ୍ରର ଉନ୍ନତିର ଚାବିକାଠି ହେଉଛି ରାଜନୀତି ଅଂଶ ଗ୍ରହଣ” ଉଲ୍ଲେଖ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*