ସମରେଶ ଓ ଅରିନ୍ଦମଙ୍କ ପରେ ପାର୍ଥସାରଥୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଲିଉଡ୍‌ର ଜଣାଶୁଣା ଅଭିନେତା ପାର୍ଥସାରଥୀ ପୁଣି ଏକ ନୂଆ ଓଡ଼ିଆ ସିନେମାରେ ଆସୁଛନ୍ତି । ଏହାର ଟାଇଟଲ ହେଲା ‘ରାଜା ସାହିବା’ । ଏଥିରେ ଦର୍ଶକ ପ୍ରଥମ ଥର ଲାଗି ପାର୍ଥସାରଥୀଙ୍କୁ ଏକ ମୁସଲିମ ଯୁବକ ଭୂମିକାରେ ଦେଖିବାକୁ ପାଇବେ । ଏହା ଏକ ଜବରଦସ୍ତ ରୋଲ୍ ବୋଲି ଜଣାଯାଇଛି । ‘ରାଜା ସାହିବା’ରେ ଅମ୍ଳାନ ଓ ଶ୍ରଦ୍ଧା ନାୟକ, ନାୟିକା ଭୂମିକାରେ ଅଛନ୍ତି । ଡି ରାଜା ଏହାର ନିଦେ୍ଦର୍ଶକ । ଏହା ପୂର୍ବରୁ କେତେକ ଜଣାଶୁଣା ଅଭିନେତା ବି ଏଭଳି ମୁସଲିମ ଯୁବକ ଭୂମିକାରେ ଅଭିନୟ କରି ଚର୍ଚ୍ଚା ସାଉଁଟିଛନ୍ତି । ୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଇଶ୍କ ତୁ ହି ତୁ’ରେ ସମରେଶଙ୍କୁ ମିଳିଥିଲା ଏଭଳି ଏକ ଭୂମିକା । ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ବାବୁ ଭାଇଜାନ୍’ରେ ବି ଅରିନ୍ଦମ୍ ବନିଥିଲେ ଜଣେ ମୁସଲିମ ଯୁବକ । ଏଥିରେ ତାଙ୍କୁ ଟାଇଟଲ୍ ରୋଲରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ । ‘ରାଜା ସାହିବା’ରେ କେତେଦୂର ଦର୍ଶକଙ୍କୁ ପସନ୍ଦ ଆସୁଛନ୍ତି ପାର୍ଥ, ତାହା ଦେଖିବାକୁ ବାକି ରହିଲା ।
ସ୍ମରଣଯୋଗ୍ୟ, ପାର୍ଥ ସାରଥୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଗଡ଼ବଡ । ଶୁଭାଶିଷ ପତିଙ୍କ ନିଦେ୍ର୍ଦଶିତ ଏହି ସିନେମାରେ କମେଡ଼ି ରୋଲରେ ନଜର ଆସିଥିଲେ ପାର୍ଥ ସାରଥୀ । ଏହାପରେ ସେ ପଙ୍କଜ ପାଣିଙ୍କ ନିଦେ୍ର୍ଦଶିତ ଓଡ଼ିଆ ଛବି ‘ନଇ ସେପାରି କନକ ଗୋରୀ’ରେ ନାୟକ ଭୂମିକା ନିଭାଇଥିଲେ । ଅଜୟ ମହାନ୍ତିଙ୍କ ପ୍ରଯୋଜିତ ଏହି ଫିଲ୍ମରେ ପାର୍ଥସାରଥୀ ବେଶ୍ ଦମ୍ଦାର ଅଭିନୟ କରିଥିଲେ । ସେ ତାପସ ସରଘରିଆଙ୍କ ନିଦେ୍ର୍ଦଶିତ ଫିଲ୍ମ ‘ତୁ ମୋ ଲଭଷ୍ଟୋରି-୨’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ସେ ଅଜୟ ରାଉତରାୟଙ୍କ ପ୍ରଯୋଜିତ ତଥା ସମ୍ବିତ ମହାନ୍ତିଙ୍କ ନିଦେ୍ର୍ଦଶିତ’ ହେଲୋ ଆରସୀ’ ସିନେମାରେ ଉଚ୍ଚ କୋଟିର ଅଭିନୟ କରି ପାଇଥିଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*