ଶ୍ରାଦ୍ଧବାର୍ଷିକରେ ଭୁଲିଗଲେ ପାରଳାମହାରାଜଙ୍କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଉକôଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ପାରଳାମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବରେ କଟକ ଓଏମପି ଛକ ପାରଳାମହାରାଜ ଶିଶୁ ଉଦ୍ୟାନରେ ଥିବା ପାରଳାମହାରାଜାଙ୍କ ପ୍ରତିମୂର୍ତ୍ତିରେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ପୁଷ୍ପମାଲ୍ୟା ପୂର୍ବକ ସମ୍ମାନ ଦିଆଯାଇନଥିଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ । ତେବେ ସ୍ଥାନୀୟ ସାମାଜିକ କର୍ମୀ ଜିତେନ୍ଦ୍ର ସାହୁ, ଅକ୍ଷୟ ପନ୍ଦା ସନ୍ଧ୍ୟା ସମୟରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । ଏହି ମହାମାନ୍ୟଙ୍କୁ ଅସମ୍ମାନ କରିବା ଏକ ନିନ୍ଦନୀୟ ଓ ଦୁଃଖର ବିଷୟ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିତେନ୍ଦ୍ର ସାହୁ । କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ସ୍ଥାନୀୟ ଜନ ପ୍ରତିନିଧି ଭୁଲି ଯାଇଥିଲେ । ଏହି ଉଦ୍ୟାନକୁ ଗତ ବର୍ଷ ଫେବୃୟାରୀ ୧୨ରେ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଦେବାଶିଷ ସାମନ୍ତରାୟ, ପୂର୍ବତନ ମହାନଗରନିଗମ ଆୟୁକ୍ତ, ଜିଲ୍ଲାପାଳ ଓ ସ୍ଥାନୀୟ ଜନପ୍ରତିନିଧି ଶୁଭ ଉଦ୍‌ଘାଟନ କରିଥିଲେ । ମାତ୍ର ବର୍ଷେ ୩ମାସ ୧୩ଦିନରେ ଭୁଲିଗଲେ । ଗତମାସ ୨୬ ତାରିଖରେ ମହାରାଜାଙ୍କ ଜନ୍ମଦିବସରେ ମଧ୍ୟ ଏଭଳି ଅବହେଳା କରିଥିଲେ । ଜିଲ୍ଲାପ୍ରଶାସନ, କଟକ ମହାନଗର ନିଗମ ଏହି ପ୍ରତିମୂର୍ତ୍ତି ନିକଟରେ ମହାରାଜାଙ୍କ ଜନ୍ମଦିବସ ଓ ତିରୋଧାନ ଦିବସ ଲିଖିତ ହୋଇଥିଲେ ଜନସାଧାରଣ ପୁଷ୍ପମାଲ୍ୟ ଦେଇ ସମ୍ମାନ ଦେଇପାରନ୍ତେ ବୋଲି ସାମାଜିକ କର୍ମୀ ଜିତେନ୍ଦ୍ର ସାହୁ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*