ଶିକ୍ଷକଙ୍କ ନିଆରା ଉଦ୍ୟମ,ମାଇକ୍‌ରେ ଚାଲିଛି ପାଠପଢା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ରାଞ୍ଚି

କୁହାଯାଏ ଗୁରୁ ହିଁ ଅସଲ ଆଲୋକ ବର୍ତ୍ତିକା । ଶିଷ୍ୟର ଅଜ୍ଞାନ ଚାପକ ଅନ୍ଧକାରକୁ ସେ ହିଁ ଦୂର କରନ୍ତି । ସେଇଥି ପାଇଁ କୁହାଯାଏ ଶିକ୍ଷକ ବଦଳାଇଲେ ଦେଖିପାରିବେ ବିଶ୍ୱ । ଦୁମ୍‌କା ଜିଲାର ଜଣେ ସତ୍ୟନିଷ୍ଠ ଶିକ୍ଷକ ଶ୍ୟାମ କିଶୋର ଗାନ୍ଧୀ । ୨୦୦ ରୁ ବେଶୀ ଛାତ୍ର ଛାତ୍ରୀଙ୍କ ଜୀବନ ବଦଳାଇଲେ ନେବାରେ କରୁଛନ୍ତି ପ୍ରୟାସ । ଏହି କରୋନା ମହାବିପତ୍ତି ବେଳେ ବି ଥି ନାହାନ୍ତି ଶ୍ୟାମ କିଶୋର । ବଡ଼ବଡ଼ ସହରରେ ପିଲାମାନେ ସ୍ମାର୍ଟ ଫୋନ୍‌ରେ ଅନଲାଇନ୍‌ କ୍ଳାସ୍‌ କରୁଥିଲା ବେଳେ ନିପଟ ମଫସଲରେ .. ଲୋକଙ୍କ ପାଖରେ ସେ ଫୋନ୍‌ । ନା ଅଛି ଶିକ୍ଷକ ମାନଙ୍କ ପାଖରେ । ସରକାର ଅନଲାଇନ୍‌ କ୍ଳାସର ଆଦେଶ ଦେଲେ ତ ଖାଲି ହେବନି ନା । ଗାଁ ଗନ୍ଦାରେ ସ୍ମାର୍ଟ ଫୋନ୍‌ ନଥିବା, ନେଟୱାର୍କ ନଥିବା ଅବସ୍ଥାରେ କିଛି ପାଠ ପଢା ହେବ ତାହା ବିଷୟରେ କିଛି ଚିନ୍ତା କରୁନାହାଁନ୍ତି । ହେଲେ ଚିନ୍ତା କରିଛନ୍ତି ଶ୍ୟାମ କିଶୋର ।
ଝାଡ଼ଖନ୍ଦ ସରକାର କରୋନା ସଂକଟ ବେଳେ ସ୍କୁଲ ବନ୍ଦ କରିଥିବା ବେଳେ ଅନଲାଇନ୍‌ ପାଠ ପଢାର ନିଦେ୍ର୍ଦଶ ଦେଇଥିଲେ । ଦୁମ୍‌କା ଜିଲାର ମଫସଲ ଗାଁ ବନକାଣ୍ଠିରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଶ୍ୟାମ କିଶୋର ଏହି ଆଦେଶ ପରେ ଉପାୟ ଚିନ୍ତା କରିଥିଲେ । ଗାଁ ରେ ମୋବାଇଲ୍‌ ନେଟୱାର୍କ ଖୁବ୍‌ ଦୁର୍ବଳ ଥିବା ତଥା ସଭିଙ୍କ ପାଖରେ ସ୍ମାର୍ଟଫୋନ୍‌ ନଥିବାରୁ କେମିତି ପାଠପଢା ହେବ ସେ ଚିନ୍ତା ତାଙ୍କୁ ଘାରିଥିଲା । ସେ ଉପାୟ ପାଞ୍ଚô ଗାଁ ରେ ଏକାଧିକ ମାଇକ୍‌ ଲଗାଇ ଦେଇ ଦିନକୁ ୨ ଘଣ୍ଟା ପାଠ ପଢାଉଛନ୍ତି । ଏପି୍ରଲ ୧୬ ରୁ ବନାକାଣ୍ଠି ଗାଁ ରେ ପିଲାଏ ମାଇକ୍‌ ଯୋଗେ ପଢୁଛନ୍ତି ପାଠ ।
ଗାଁ ର ବିଭିନ୍ନ ଗଛ ଓ ଖୁଣ୍ଟରେ ଶ୍ୟାମ କିଶୋରଙ୍କ ଉଦ୍ୟମରେ ହୋଇଯାଇଛି ଡାକବାଜିଯନ୍ତ୍ର । ଯେଉଁ ଅଞ୍ଚଳରେ ଅଧିକ ପିଲା ଅଛନ୍ତି ବା ପିଲାମାନଙ୍କ ଘର ଅଛି ସେଠାରେ ଅଧିକ ଲାଉଡସ୍ପିକର ଲାଗାଯାଇଛି । ଏହି ଗାଁ ର ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଛି ୧ ରୁ ୮ ଶ୍ରେଣୀ । ମୋଟ୍‌ ୧୪୬ ଜଣ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି । ୨୦୪ ପିଲାଙ୍କ ପାଖରେ ନାହିଁ ମୋବାଇଲ ଫୋନ୍‌ର ସୁବିଧା । ୫ ଶିକ୍ଷକ/ଶିକ୍ଷୟତ୍ରୀ ଓ ୨ ପାରା ଟିଚର କ୍ଳାସ୍‌ ଖୁ.. ବରି ମାଇନ୍‌ ଯୋଗେ ଦିନକୁ ୨ ଘଣ୍ଟା ପଢାଉଛନ୍ତି । ପ୍ରତିଦିନ ଠିକ୍‌ ଦିନ ୧୦ ଟା ବେଳେ ପାଠ ପଢା ଆରମ୍ଭ ହେଉଛି । ଯେଉଁ ପିଲାଙ୍କ କିଛି ଅବୁଝା ରହିଯିବା ପ୍ରଶ୍ନ ରହୁଛି ସେମାନେ ଅନ୍ୟ କାହାର ମୋବାଇଲ୍‌ରେ ଶ୍ୟାମ କିଶୋରଙ୍କ ପାଖରୁ ତାହା ପଠାଉଛି । ସେମାନଙ୍କ ପ୍ରଶ୍ନର ଉତ୍ତର ତା’ ପରଦିନ ଦିଆଯାଉଛି । ଏପରି ପାଠପଢା ବ୍ୟବସ୍ଥା ଠିକ୍‌ କାମ କରୁଛି, ଦଲାଏ ପଢୁଛନ୍ତି ବୋଲି ସେ କହୁଥିଲା ବେଳେ ସେହି ଗାଁ ଲୋକ ବି ଏପରି ଶିକ୍ଷାଦାନକୁ ସ୍ୱାଗତ କରିଛନ୍ତି । ପରେ ଖାଲିରେ ପିଲା ବସିଥାନ୍ତେ । ଏମିତି ସେମାନେ ପାଠପଢା ସହ ରହିଛନ୍ତି ବୋଲି ସେମାନେ ମତ ଦେଇଛନ୍ତି । ଶ୍ୟାମ କିଶୋର ଗାନ୍ଧୀଙ୍କ ଏହି ଅଭିନବ ପ୍ରୟାସକୁ ଖୁବ୍‌ ପ୍ରଶଂସା କରିଛନ୍ତି ଦୁମ୍‌କା ଜିଲା ଶିକ୍ଷା ଅଧିକାରୀ ପୁନମ କୁମାରୀ । ଜିଲାର ଅନ୍ୟ ୨୩୧୭ ସରକାରୀ ସ୍କୁଲ ଗୁଡିକ ବୋଲି ବନାକାଣ୍ଠିର ମଡେଲ ଗ୍ରହଣ କଲେ ପାଠପଢା ସେତେ ବ୍ୟାହାତ ହୁଅନ୍ତା ନାହିଁ ବୋଲି ସେ ମତ ଦେଇଛନ୍ତି ।
ବଡ଼ବଡ଼ ସହର ଠାରୁ ଦୂରରେ ଥିବା ତଥା ପରିବାରରେ ସ୍ମାର୍ଟ ଫୋନ୍‌ ନଥିବା ଅବସ୍ଥାରେ ଲକ୍ଷାଧିକ ସ୍କୁଲ ପିଲା ଏବେ ଅନଲାଇନ୍‌ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ହେଲେ ଜଣେ ଗାଁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଛୋଟିଆ ଉଦ୍ୟମ ଏହାର ସମାଧାନର ବାଟ ବାହାର କରିଦେଇଛି ବଡ଼ ସହଜ ଭାବରେ, ନୁହେଁ କି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*