ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ ୪ କୃତୀ କ୍ରୀଡ଼ାବିତ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବା ପାଇଁ ସହିଦ୍‌ ନଗର ଦୁର୍ଗାପୂଜା ସମିତି ଜୋରଦାର ପ୍ରସ୍ତୁତି ଚଳାଇଛି । ମା’ଙ୍କ ପୂଜା ପୂର୍ବପରି ଯଥାବିଧିରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଉଛି । ଉତ୍ସବକୁ ଆହୁରି ମନମୁଗ୍ଧ କରିବା ପାଇଁ ପ୍ରଥମ ଥର ପାଇଁ ମା’ଙ୍କର ତାରକଷି ରୂପା ମେଢ ସହ ଏକ ସୁନ୍ଦର ତୋରଣ ମଧ୍ୟ ଆୟୋଜନ କରାଯାଇଛି । ମହାସପ୍ତମୀରୁ ବିଜୟା ଦଶମୀ ମଧ୍ୟରେ ପ୍ରତ୍ୟେକ ଦିନ ଓଡ଼ିଶାର କୃତୀ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ନିଆରା ଧାରା ୨୦୦୭ ମସିହାରୁ ସମିତି ପକ୍ଷରୁ ପ୍ରତିବର୍ଷ କରାଯାଇଆସୁଅଛି ।
୨୦୦୭ ମସିହାରୁ ବିଭିନ୍ନ କ୍ରୀଡ଼ା ବର୍ଗରେ ଏହି ସମ୍ବର୍ଦ୍ଧନା ଦିଆଯାଉଛି । ଏଯାଏଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ (ଆଥଲେଟ୍‌), ଫୁଟବଲ ଖେଳାଳି, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେସ୍‌ ତାରକା ସ୍ୱୟଂଶୁ ସତ୍ୟପ୍ରଜ୍ଞା, ଅଲିମ୍ପିଆନ୍‌, ପଦ୍ମଶ୍ରୀ ଦିଲୀପ ତିର୍କୀ, କି୍ରକେଟର ଦେବାଶିଷ ମହାନ୍ତି, ଚେସ୍‌ ଖେଳାଳି କିରଣ ମନିଷା ମହାନ୍ତି, ଫୁଟବଲର ସସ୍ମିତା ମଲ୍ଲିକ, ଭାରୋତ୍ତଳନକାରୀ ରାନୁ ମହାନ୍ତି, ଆଥଲେଟିକ୍‌ କୋଚ ଅରୁଣ ଦାସ, କ୍ରିକେଟ କୋଚ ଶଶାଙ୍କ ଦାସ, ଫୁଟବଲ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ, ବଡ଼ିବିଲଡର କାର୍ତ୍ତିକେଶ୍ୱର ଜେନା, ଆଥଲେଟିକ୍‌ କୋଚ ନୀଳମାଧବ ଦେଓ, ଫୁଟବଲର ତାରକା ରାଜେନ୍ଦ୍ର ପ୍ରସାଦ ସିଂ, ମହିଳା ଫୁଟବଲର ଯବାରାଣୀ ସୋରେନ, ବାସ୍କେଟବଲ ତାରକା ତଥା କୋଚ୍‌ ଅରୂପାନନ୍ଦ ରାଉତରାୟ, କ୍ରିକେଟ ଖେଳାଳି ଶିବସୁନ୍ଦର ଦାସ, ବିଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କରାଟେକା ଭାଲିନା ଭାଲେଣ୍ଟିନା, ପର୍ବତାରୋହୀ ଜେନା, ଧାବିକା ସରସ୍ୱତୀ ଚାନ୍ଦ ଏବଂ ନାମୀ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକ, ଫୁଟବଲ ଖେଳାଳି ଆଲୋଚନା ସେନାପତି ନାଏକ, କବାଡ଼ି ଖେଳାଳି ଅରବିନ୍ଦ ଖୁଣ୍ଟିଆ, ଜୁନିଅର ସ୍ତରର ସୁଇମର ପ୍ରତ୍ୟାଶା ରାୟ ଏବଂ ବିଶିଷ୍ଟ ଫୁଟବଲର କୋଚ ଗଙ୍ଗାଧର ବେହେରାଙ୍କ ସମେତ ଅନେକ ଜାତୀୟ ସ୍ତରର ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇସାରିଛି । ଆନ୍ତଃଜାତୀୟ ଆଥଲେଟ୍‌ ଅମୀୟ ମଲ୍ଲିକ, ଜାତୀୟ ଚେସ ଖେଳାଳି ସାଇନା ସାଲୋନିକା ଏବଂ ରୋଇଂକୋଚ ଜୋସ ଜାକବ, ବିଲିଆର୍ଡ ଓ ସ୍ନୁକର ଖେଳାଳି ସୁବତ୍ର ଦାସ, କବାଡ଼ି କୋଚ୍‌ ସଇଁତା ଦାସ, କଳିଙ୍ଗ ଲାନ୍ସର ଫିଜିଓ ମୁକ୍ତି ପ୍ରସାଦ ଏବଂ କିକ୍ରେଟ୍‌ କମେନ୍‌ଟ୍ରେଟର ନିଶାନ୍ତ ମାଝିଠିଆଙ୍କୁ ସମିତି ସମ୍ବର୍ଦ୍ଧିତ କରିଥିଲା ।
ପରମ୍ପରା ଧାରାକୁ ବଜାୟ ରଖି ଚଳିତ ବର୍ଷ ଆମେ ମହାସପ୍ତାମୀ ଦିନ ରଶ୍ମି ରଞ୍ଜନ ସାହୁ, ବଡି ବିଲଡର ମହାଷ୍ଟମୀ ଲାଖି ସ୍ୱାଇଁ-ଗଲ୍ଫ, ମହାନବମୀ ଦିନ କ୍ରୀଡ଼ା ସଂଗଠନ ପ୍ରଶାନ୍ତ କୁମାର ନାୟକ ଏବଂ ଦଶମୀ ଦିନ ରୋଶନାରା ପରିବିନ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ ପାଇଁ କମିଟି ସ୍ଥିର କରିଛି ।
ଉକ୍ତ କୃତୀ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତ୍ୟେହ ସନ୍ଧ୍ୟା ଆଳତୀ ପରେ ପୂଜା ମନ୍ଦପରେ ସମ୍ବର୍ଦ୍ଧିତ କରାଯିବ । ସମିତିର ମୁଖ୍ୟ ଉପଦେଷ୍ଟା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀର ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ପଙ୍କଜ ପଟ୍ଟନାୟକ, କୋଷାଧ୍ୟକ୍ଷ ହରିଶ୍‌ ପ୍ରସାଦ ରଥ ଏବଂ ସହିଦ୍‌ ନଗର ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ରଙ୍କ ସହ ସମିତି ସଭ୍ୟ ଅଚୁ୍ୟତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ସରୋଜ ପାତ୍ର ଓ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*