ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତିି ବୈଠକ ସୁରକ୍ଷାରେ ୩୦ ପ୍ଳାଟୁନ ଫୋର୍ସ, ନଜର ରଖିବ ସିସିକ୍ୟାମେରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର, ମହାଶିବରାତ୍ରି ଉପଲକ୍ଷେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ପ୍ରସ୍ତୁତି ବୈଠକ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡିସିପି ଅନୁପ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଜୀଉଙ୍କ ଜାଗର ଯାତ୍ରାକୁ କିପରି ଶୃଙ୍ଖଳିତ କରିହେବ ତାହା ଉପରେ ଆଲୋକପାତ କରାଯାଇଥିଲା । ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କର ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିବର୍ଷ ଭଳି ଜାଗର ଯାତ୍ରାରେ ପୁଲିସ ପ୍ରଶାସନ ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା ସହିତ ଜାଗର ସମୟରେ ଶ୍ରୀଜୀଉଙ୍କ ଦର୍ଶନରେ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପୁଲିସ କମିସନର ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ସମସ୍ତ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏବ ବର୍ଷ ନୂଆ ଦକ୍ଷ ଅଫିସରଙ୍କ ସମେତ ଅଭିଜ୍ଞ ସମ୍ପନ୍ନ ପୁଲିସ ଅଫିସରଙ୍କୁ ନେଇ ଜାଗର ଯାତ୍ରାକୁ ଶୃଙ୍ଖଳିତ କରାଯିବ ବୋଲି କମିସନର ଶ୍ରୀ ମହାନ୍ତି କହିଥିଲେ । ଏଥିପାଇଁ ୩୦ ପ୍ଲାଟୁନ ଫୋର୍ସ ସହିତ ପୂର୍ବବର୍ଷ ଅପେକ୍ଷା ଅଧିକ ଅଫିସରକୁ ନିଯୁକ୍ତ କରାଯିବ । ଏହାବ୍ୟତିତ କମିସନର ସମସ୍ତ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିବା ଲାଗି ସ୍ୱତନ୍ତ୍ର ବୈଠକ ସ୍ଥିର କରିଛନ୍ତି । ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପନ୍ଦା ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ବ୍ୟକ୍ତିଗତ ଭାବେ ଭେଟି ସେବାୟତଙ୍କ ସମସ୍ୟା ଦୂର କରିବା ଲାଗି ପ୍ରଚେଷ୍ଟା କରିବା ସହିତ ଜାଗର ଯାତ୍ରାରେ ମହାଦୀପ ଠିକ୍ ସମୟରେ ଉଠାଇବା ଲାଗି ସେମାନଙ୍କ ପରାମର୍ଶ ଦେବେ । ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ତଥା ଟ୍ରଷ୍ଟବୋର୍ଡର ସଭାପତି ଅରୁଣ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ମହାଦୀପକୁ ଚାହିଁ ରହିଥାନ୍ତି । କେତେ ବେଳେ ମହାଦୀପ ଉଠିବ । ଏଭଳି କ୍ଷେତ୍ରରେ ସେବାୟତ ନିଯୋଗଙ୍କ ସହିତ ଏହି ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା କାର୍ଯ୍ୟ ପାଳିଆ ସେବାୟତଙ୍କର ରହିଥାଏ । ଏଥିପାଇଁ ପାଳିଆ ସେବାୟତଙ୍କ ସହ ଆଲୋଚନା କରି ନୀତିନିର୍ଘ କୁ ସୁଚାର ରୂପେ ପାଳନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*