ଲାଲୁ ଯାଦବଙ୍କ ଜାମିନ୍‌ ଆବେଦନ ଖାରଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ବହୁ କୋଟି ଟଙ୍କା ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଜଦ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ କରିଥିବା ଜାମିନ୍‌ ଆବେଦନକୁ ଶୁକ୍ରବାର ଝାଡଖନ୍ଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଲାଲୁ ଆଇପିସି ଅନ୍ତର୍ଗତ ୭ବର୍ଷ ଏବଂ ଦୁର୍ନୀତି ନିବାରଣ ଆଇନ୍‌ ଅନ୍ତର୍ଗତ ୭ ବର୍ଷ ଜେଲଦନ୍ଦ ଭୋଗୁଛନ୍ତି । ଏହାଛଡା ତାଙ୍କ ଉପରେ ୬୦ କୋଟି ଟଙ୍କାର ଜରିମାନା ମଧ୍ୟ ରହିଛି । ୧୯୯୧ ରୁ ୧୯୯୬ ମସିହା ମଧ୍ୟରେ ଲାଲୁ ଅବିଭାଜିତ ବିହାରର ମୁଖ୍ୟମନ୍ତ୍ରୀ ଥିବାବେଳେ ଦୁମକା ଟ୍ରେଜେରୀରୁ ଜାଲିଆତି କରି ୩.୫ କୋଟି ଟଙ୍କା ଉଠାଇବା ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇ ଦନ୍ଦ ଭୋଗ କରୁଛନ୍ତି । ନିଜର ବୟସ ଏବଂ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ଦର୍ଶାଇ ରାଜଦ ମୁଖ୍ୟ ଝାଡଖନ୍ଦ ହାଇକୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲେ । ଇତିମଧ୍ୟରେ ଲାଲୁ ତାଙ୍କୁ ମିଳିଥିବା ଦନ୍ଦର ଅର୍ଦ୍ଧାଧିକ ଜେଲରେ କାଟିସାରିଥିବାରୁ ତାଙ୍କୁ ଜାମିନ୍‌ ମିଳିବା ଉଚିତ୍‌ ବୋଲି ତାଙ୍କ ଓକିଲ ନିବେଦନ କରିଥିଲେ । ହେଲେ ଏହାକୁ ହାଇକୋର୍ଟ ଶୁଣିନଥିଲେ ଏବଂ ଲାଲୁଙ୍କ ଜାମିନ୍‌ ଆବେଦନ ଖାରଜ କରିଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*