ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ରବିବାର ଭଦ୍ରକ ବନଖନ୍ଦ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଇଚ୍ଛାପୁରରେ ଥିବା ଏକ ଚୋରା କାଠ ଗୋଦାମ ଉପରେ ଚଢାଉ କରାଯାଇ ପ୍ରାୟ ଦେଢଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଚିରା କାଠ ଜବତ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଇଚ୍ଛାପୁରସ୍ଥିତ ଜଗବନ୍ଧୁ ମହଲଙ୍କ ଓମ୍ ଏଣ୍ଟରପ୍ରାଇଜର୍ସ ଲେଖାଥିବା ଦୋକାନ ଘରେ ବିପୁଳ ପରିମାଣର ଚିରା ହୋଇଥିବା ଚୋରା ଆକାଶୀ କାଠ ରହିଥିବାର ଖବର କୌଣସି ସୂତ୍ରରୁ ଭଦ୍ରକ ବନଖନ୍ଦ ଅଧିକାରୀ ଜାଣିବାକୁ ପାଇଥିଲେ । ଫଳରେ ତାଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ବନାଞ୍ଚଳ ଅଧିକାରୀ ରଣଜିତ୍ ମହାନ୍ତି ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହଯୋଗରେ ଶ୍ରୀ ମାହାଳଙ୍କ ଉକ୍ତ ଦୋକାନ ଘର ଉପରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ସିଫ୍ଟରୁ ଉଦ୍ଧ୍ୱର୍ ଚୋରା ଆକାଶୀ ଚିରା କାଠ ସେଠାରେ ରହିଥିବାର ଦେଖାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏହି ଚଢାଉରେ ଭଦ୍ରକ ବନପାଳ ଅମରେନ୍ଦ୍ର ନାୟକ, ଆଗରପଡା ବନପାଳ ବସନ୍ତ ମାଝୀ, ବନପାଳ ପ୍ରୀତିରାଣୀ ଦାସ, ବନରକ୍ଷୀ ଶୁଭକାନ୍ତ ପନ୍ଦା, ବିନୋଦ କୁମାର ସିଂହ, ସାହାଜାଦ୍ ଅଲ୍ଲୀ ଖାଁ, କୁମୁଦ ସାହୁଙ୍କ ସମେତ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସହଯୋଗ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ବରହମପୁର ଗ୍ରାମର ଜଗବନ୍ଧୁ ମହଲଙ୍କ ଇଚ୍ଛାପୁରରେ ଥିବା ଉପରୋକ୍ତ ଘରକୁ ପୁରୁଣାବଜାର ଥାନା ଶଙ୍କରପୁର ଅଞ୍ଚଳର ସେକ୍ ଇମ୍ରାନ୍ ଭଡାସୂତ୍ରରେ ନେଇ ବେଆଇ୍ନ୍ କାଠ ଗଚ୍ଛିତ ରଖିଥିଲେ । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ସମସ୍ତ ଚୋରା କାଠକୁ ସାତଭଉଣୀସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*