ରେଷ୍ଟୁରାଣ୍ଟରୁ ମଗାଇଥିଲେ ତରକାରୀ, ଥିଲା ମଣିଷ ଦାନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲଣ୍ଡନ

ଲନ୍ଦନର ଏକ ରେଷ୍ଟୁରାଣ୍ଟରୁ ହୋମ ଡେଲିଭରି ହୋଇଥିବା ଖାଇବାରେ ମଣିଷ ଦାନ୍ତ ମିଳିବା ଘଟଣା ଏବେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଯାଞ୍ଚ ପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନନେବାକୁ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ରେଷ୍ଟୁରାଣ୍ଟର ମ୍ୟାନେଜର କହିଛନ୍ତି ଯେ, ଆମର ସମସ୍ତ ଷ୍ଟାଫ୍‌ ଡିଏନ୍‌ଏ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିରୁ ଜଣାପଡିବ ତରକାରୀରେ ଥିବା ଦାନ୍ତଟି ଆମ ଷ୍ଟାଫ୍‌ଙ୍କର ନାଁ ନାହିଁ । ଭର୍ସେଷ୍ଟରରେ ରହୁଥିବା ଜଣେ ଦମ୍ପତ୍ତି ଏକ ଚାଇନିଜ୍‌ ରେଷ୍ଟୁରାଣ୍ଟରୁ ଘୁଷୁରି ମାଂସ ମଗାଇଥିଲେ । ଖାଇବା ଆରମ୍ଭ ସମୟରେ ସେମାନେ ଭିତରୁ ଏକ ମଣିଷ ଦାନ୍ତ ପାଇଥିଲେ । ତୁରନ୍ତ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା । ପରେ ରେଷ୍ଟୁରାଣ୍ଟର ଯାଞ୍ଚ କରାଯାଇଥିଲା । ଜଣାପଡିଥିଲା ଯେ, ରେଷ୍ଟୁରାଣ୍ଟ କୌଣସି ସେଫ୍ଟି ନିୟମକୁ ଉଲ୍ଲଂଘନ କରିନାହିଁ । ତେଣୁ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଏହି ଘଟଣା ପଦାକୁ ଆସିବା ପରେ ରେଷ୍ଟୁରାଣ୍ଟର ରେଟିଂ କମାଇ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*