ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ସୋମବାର ସେୟାର ବଜାରରେ ଦେଖିବାକୁ ମିଳିଥିଲା ବଡ଼ ବୃଦ୍ଧି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ୫୨୯.୮୨ ପଏଣ୍ଟ ବୃଦ୍ଧି ସହ ୪୦,୮୮୯.୨୩ ପଏଣ୍ଟରେ ବନ୍ଦ ହୋଇଥିଲା । ଦିନର ବ୍ୟବସାୟ ସମୟରେ ସେନସେକ୍ସ ନୂଆସ୍ତର ୪୦୯୩୧. ୭୧ପଏଣ୍ଟକୁ ଛୁଇଁଥିଲା । ଅନ୍ୟପଟେ ନିଫ୍ଟି ମଧ୍ୟ ୧୫୯.୩୫ ପଏଣ୍ଟ ବୃଦ୍ଧି ସହ ୧୨,୦୭୩.୭୫ ପଏଣ୍ଟରେ ବନ୍ଦ ହୋଇଛି । ନିଫ୍ଟିରେ ଥିବା କମ୍ପାନୀ ମଧ୍ୟରୁ ଏୟାରଟେଲରେ ସବୁଠୁ ବଡ଼ ବୃଦ୍ଧି ଘଟିଛି ।
ନିବେଶକ କମାଇଲେ ୨ଲକ୍ଷ କୋଟି
ସୋମବାର ସେନସେକ୍ସ ଐତିହାସିକ ସ୍ତର ଛୁଇଁବା ନିବେଶକଙ୍କୁ ମାଲାମାଲ୍‌ କରିଛି । ଏହି କାରଣରୁ ନିବେଶକମାନେ ଗୋଟିଏ ଦିନରେ ସେମାନଙ୍କ ସମ୍ପତ୍ତିରେ ୨ଲକ୍ଷ କୋଟି ଟଙ୍କା ବୃଦ୍ଧି କରିଛନ୍ତି । ବିଏସଇରେ ତାଲିକାଭୁକ୍ତ ମୋଟ କମ୍ପାନୀଙ୍କ ବଜାର ପୁଞ୍ଜି ସୋମବାର ବୃଦ୍ଧି ପାଇ ୧.୫୫ ଲକ୍ଷ କୋଟିରେ ପହଞ୍ଚôଥିଲା । ପୂର୍ବଦିନର କାରବାର ବନ୍ଦ ହେଲା ବେଳକୁ କମ୍ପାନୀମାନଙ୍କର ମୋଟ୍‌ ପୁଞ୍ଜି ୧.୫୩ଲକ୍ଷ କୋଟି ରହିଥିଲା । ବୃଦ୍ଧିର କାରଣ: (୧) ବିଶ୍ୱର ଦୁଇଟି ଅର୍ଥ ବ୍ୟବସ୍ଥା ଆମେରିକା ଏବଂ ଚୀନ ମଧ୍ୟରେ ଜାରି ରହିଥିବା ବାଣିଜି୍ୟକ ଲଢେଇ ହ୍ରାସ ହେବା ନେଇ ବଡ ସମ୍ଭାବନା ସୃଷ୍ଟି ହେବା । (୨) ଗ୍ଲୋବାଲ୍‌ ଷ୍ଟକମାର୍କେଟର ଟ୍ରେନ୍ଦକୁ ନେଇ ନିବେଶକମାନେ ଆଶ୍ୱସ୍ତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*