ରାଣୀଭୋଳରେ ରୋବଟିକସ୍‌ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାରିପଦା

ଆଦିବାସୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ରାଣୀଭୋଳ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ରୋବଟିକସ୍‌ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ରୋବ୍‌ଟିକସ୍‌ର ଉପଯୋଗୀତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବକ୍ତାମାନେ ଅବଗତ କରିଥିଲେ । ବିଶ୍ୱରେ ରୋବଟିକସ୍‌ର ବ୍ୟବହାର ବୃଦ୍ଧିପାଉଥିବା ବକ୍ତାମାନେ କହିଥିଲେ । ରୋବଟିକସ୍‌ ଇଞ୍ଜିନିୟର ଶିକ୍ଷାଲାଭ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ବକ୍ତାମାନେ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଦନ୍ଦାଶୋକ ବାଳିକା ଉଚ୍ଚବିଦ୍ୟାଳୟ, ବେତନା ଆଶ୍ରମ ବିଦ୍ୟାଳୟ, ରାଣୀଭୋଲ ଆଦର୍ଶ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ କମଳାକାନ୍ତ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ପ୍ରତୀକ୍ଷା ପ୍ରହରାଜ ଦୀପକ କୁମାର ସେଠୀ, ସୁପ୍ରଭା ବେରା, ରଶ୍ମିପ୍ରଭା ସେଠୀ, ମୋନାଲି ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*