ରାଜ୍ୟ ଟେବୁଲ ଟେନିସ: ଶ୍ୱେତପମାଙ୍କୁ ତ୍ରିମୁକୁଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ବଲାଙ୍ଗୀରଠାରେ ସୋମବାର ଉଦ୍‌ଯାପିତ ହୋଇଛି ଆରଏନସିଂଦେଓ ସ୍ମାରକୀ ନିଖିଳ ଓଡ଼ିଶା ରାଜ୍ୟ ଟେବୁଲ ପ୍ରତିଯୋଗିତା । ଗୁରୁ ନାନକ ପବ୍ଲିକ ସ୍କୁଲର ଶ୍ୱେତପମା ଦଳେଇ ୩ଟି ବିଭାଗରେ ଚମ୍ପିଆନ ହୋଇ ତି୍ରମୁକୁଟ ଲଭା କରିଛନ୍ତି । ସେ ମହିଳା ବର୍ଗରେ ଭଦ୍ରକର ମୟୂରୀ ଚାଟାର୍ଜୀଙ୍କୁ ୪-୧ଗେମରେ ହରାଇ ଚମ୍ପିଆନ ହୋଇଛନ୍ତି । ପୁରୁଷ ସିଙ୍ଗଲ୍ସରେ ପୂର୍ବତଟ ରେଳବାଇର ମହମ୍ମଦ ଆଝାର ୪-୦ରେ ଏଜି ଓଡ଼ିଶାର ସ୍ନେହନୟ ମଲ୍ଲିକଙ୍କୁ ହରାଇ ଜିଣିଛନ୍ତି ଟ୍ରଫି । ଯୁବା ବାଳକ ବର୍ଗରେ ରୋହିତ ହାଲଦା, ଜୁନିୟର ବାଳରେ ମୋହିତ ବେହୁରିଆ, ଜୁନିୟର ବାଳିକାରେ ଶ୍ୱେତପମା ଦଳେଇ, ସବଜୁନିୟର ବାଳକରେ ଅନିନ୍ଦୀୟ ଅନୁପମ ଦାସ, ସବଜୁନିୟର ବାଳିକାରେ ଶ୍ୱେତପମା ଦଳେଇ, କ୍ୟାଡ଼େଟ ବାଳକରେ ଅନିନ୍ଦୀୟ ଅନୁପମା ଦାସ ଏବଂ କ୍ୟାଡେଟ ବାଳିକାରେ ଶ୍ୱେହାଲିକା ଚମ୍ପିଆନ ହୋଇଛନ୍ତି । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ଜାମଦାର, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*