ରାଜନୀତି କରିବାକୁ ଦୂତୀଙ୍କ ଇଚ୍ଛା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଦେଶରେ ଖେଳ ସହ ସମ୍ପୃକ୍ତ ଥିବା ମଣିଷମାନଙ୍କର ରାଜନୀତିରେ ପ୍ରବେଶ କିଛି ନୂଆ କଥା ନୁହେଁ । ବହୁ ପୂର୍ବତନ ଖେଳାଳି ଖେଳ ଜୀବନ ଛାଡିବା ପରେ ରାଜନୀତିରେ ସକି୍ରୟ ହୋଇଛନ୍ତି । ପୂର୍ବତନ ଟେଷ୍ଟ ଓପନର ଚେତନ ଚୌହାନ, ଭାରତର ପ୍ରଥମ ରୌପ୍ୟ ପଦକ ଅଲିମ୍ପିକରେ ଜିଣିଥିବା ଖେଳାଳି ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏବଂ ପୂର୍ବତନ ଟେଷ୍ଟ ଓପନର ଗୌତମ ଗମ୍ଭୀର ରାଜନୀତିରେ ସକି୍ରୟ ହୋଇ ଅଛନ୍ତି । ଓଡ଼ିଶାରେ ସେ ଧାରାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ସେ ରାଜ୍ୟସଭା ସାଂସଦ ଭାବେ ସଫଳତାର ସହ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି । ଏବେ ଦେଶର ଦ୍ରୁତତମ ଧାବିକା ତଥା ରାଜ୍ୟ ଓ ଦେଶର ଗୌରବ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଇଚ୍ଛା ପ୍ରକଟ କରିଛନ୍ତି ରାଜନୀତିରେ ସାମିଲ ହେବାକୁ । ସୋମବାର ଏହି ରାଜନୀତି ବାବଦର ଇଚ୍ଛା ସେ ସୋସିଆଲ୍‌ ମିଡିଆରେ ରଖିବା ପରଠାରୁ ଜାତୀୟ ମିଡିଆ ତାହାକୁ ବଡ ଆକାରରେ ଗ୍ରହଣ କରି ବଡ ଚର୍ଚ୍ଚା ଆରମ୍ଭ କରାଇ ଦେଇଛି । ଏବେ ଦୋହା ବିଶ୍ୱ ଆଥଲେଟ୍‌ ଚମ୍ପିଆନସିପ୍‌ ପାଇଁ ବାହାରିଥିବା ଦୂତୀ ହଠାତ୍‌ ଏବେ କାହିଁକି ରାଜନୀତି ପ୍ରବେଶ ବିଷୟ ନିଜ ଇଚ୍ଛା ଥିବା ଜଣାଇଲେ, ସେ ବିଷୟ ଜଣାପଡି ନଥିଲେ ମଧ୍ୟ ତାଙ୍କର ଏହି ରାଜନୀତି ପ୍ରବେଶ କଥା ବଡ ଚର୍ଚ୍ଚାର ବିଷୟ ବନିଛି ଲୋକମାନଙ୍କ ଭିତରେ । ଦୂତୀଙ୍କ ମା’ ଏବେ ସରପଞ୍ଚ ଭାବେ ତାଙ୍କ ଗାଁରେ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଦୂତୀ କହିଛନ୍ତି ପିଲାଟି ବେଳୁ ମୋର ଆଗ୍ରହ ରାଜନୀତି ପ୍ରତି ରହି ଆସିଛି । ଭବିଷ୍ୟତରେ ଯଦି ସୁଯୋଗ ମିଳେ, ମୁଁ ନିଶ୍ଚିତ ରାଜନୀତିରେ ଯୋଗ ଦେବି । ଯଦି କୌଣସିି ରାଜନୈତିକ ଦଳ ମୋତେ ତାଙ୍କ ଦଳରେ ନେବାକୁ ପ୍ରସ୍ତାବ ଦିଏ ତା ହେଲେ ମୁଁ ସାମିଲ ହେବି ବୋଲି ଦୂତୀ କହିଛନ୍ତି । ତେବେ ରାଜନୀତିର ଏହି ଚର୍ଚ୍ଚା ଭିତରେ ନିଜ ଧ୍ୟାନ ଖେଳ ଉପରୁ ସେ କାଢିବାର ମୁଡରେ ନାହାନ୍ତି । ସେ କହିଛନ୍ତି ବର୍ତ୍ତମାନ ମୋ ପାଇଁ ଏକମାତ୍ର ଟାର୍ଗେଟ ଟୋକିଓ ଅଲିମ୍ପିକ୍‌ । ରାଜନୀତିରେ ତାଙ୍କ ଆଦର୍ଶ ଭାବରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚୁ୍ୟତ ସାମନ୍ତ ବୋଲି କହିଛନ୍ତି ଦୂତୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*