ରାଜଧାନୀରେ ଶିଶୁବଳି ! ବିଲ୍‌ ଭିତରୁ ବେକକଟା ମୃତଦେହ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ରାଜଧାନୀରେ ଶିଶୁବଳି ! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଘଟଣା ସତ । ମଞ୍ଚେଶ୍ୱର ଥାନା ପୁଲିସ ଗାଢ଼କଣର ଏକ ବିଲ୍‌ରେ ପଡିଥିବା ଶିଶୁର ବେକକଟା ମୃତଦେହକୁ ଜବତ କରିଛି । ମୃତ ଶିଶୁର ବୟସ ଦୁଇ ରୁ ଅଢ଼େଇ ବର୍ଷର ହେବ ବୋଲି ଜଣାପଡିଛି । କେହି ଦୁର୍ବୃତ୍ତ ବଳି ଉଦେ୍ଦଶ୍ୟରେ ଏହି ଶିଶୁକୁ ଆଣି ହତ୍ୟା କରିଥିବା ସନେ୍ଦହ କରାଯାଉଛି । ପୁଲିସ ଶିଶୁର ମୃତଦେହ ସହ ଘଟଣା ସ୍ଥଳରୁ ସିନ୍ଦୁର ଓ କିଛି ପୁଡିଆକୁ ମଧ୍ୟ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଏନେଇ ଥାନା ଅଧିକାରୀ କହିଛନ୍ତି ଯେ, ମୃତ ଶିଶୁର ଶବ ବ୍ୟବଚ୍ଛେଦ କରିବା ପରେ ପ୍ରକୃତ କାରଣ ଜଣାପଡିବ । ଶିଶୁବଳି ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି । ଶିଶୁଟିର ପରିଚୟ ଜଣାପଡିନଥିବାରୁ କିଏ ଓ କାହିଁକି ଏଭଳି କାନ୍ଦ କଲା, ବଳି ଉଦେ୍ଦଶ୍ୟରେ ଶିଶୁକୁ ହତ୍ୟା କରାଯାଇଛି କି ଅନ୍ୟ କିଛି କାରଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଛାନ୍‌ଭିନ୍‌ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ମଞ୍ଚେଶ୍ୱର ଥାନା ଗାଢ଼କଣ ଗ୍ରାମ ନିକଟସ୍ଥ ଏକ ବିଲ୍‌ରେ କିଛି କୁକୁର ଭୁକୁଥିବା ଗ୍ରାମର କିଛି ଯୁବକ ଦେଖିଥିଲେ । କାହିଁକି ବିଲ ମଝିରେ କୁକୁର ଭୁକୁଛି ବୋଲି ଭାବି ଯୁବକମାନେ ସେଠାକୁ ଯାଇଥିଲେ । ଘଟଣା ସ୍ଥଳକୁ ଯାଇ ଦେଖିବା ବେଳକୁ ଗୋଟିଏ ଶିଶୁ ମରିପଡିଥିବା ଦେଖିବାକୁ ପାଇଥିଲେ । ମୃତ ଶିଶୁଟିର ବେକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଚାରି ପଟେ କିଛି କାଗଜ ପୁଡିଆ ପଡିଥିଲା । ଯୁବକମାନଙ୍କ ସନେ୍ଦହ ଘନିଭୂତ ହେବାରୁ ଏନେଇ ସେମାନେ ମଞ୍ଚେଶ୍ୱର ପୁଲିସକୁ ଖବର ଦେଇଥିଲେ । ଶିଶୁବଳି ନେଇ ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକମାନଙ୍କ ଗହଳି ସେଠାରେ ଦେଖିବାକୁ ମିଳିଥିଲା । ମଞ୍ଚେଶ୍ୱର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶିଶୁଟିର ମୃତଦେହକୁ ଜବତ କରିଛି । ମୃତଦେହ ପାଶ୍ୱର୍ରେ ଥିବା କିଛି ସିନ୍ଦୁର ଓ ଅନ୍ୟାନ୍ୟ ଜିନିଷ ସେଠାରେ ପଡିଥିବାରୁ ଶିଶୁଟିକୁ ବଳି ଦିଆଯାଇଥିବା ପୁଲିସ ସନେ୍ଦହ କରୁଛି । ପରେ ମୃତଦେହକୁ ପୁଲିସ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏଠାରେ ପ୍ରଶ୍ନଉଠୁଛି ଯେ, କୋମଳମତି ଶିଶୁଟି ଏଠାକୁ ଆସିଲା କେଉଁଠୁ, କିଏ ତାକୁ ଏଠାକୁ ଆଣିଲା, ଶିଶୁଟିକୁ ସେହିଠାରେ ମାରି ଦିଆଯାଇଛି କି ଅନ୍ୟଠାରେ ହତ୍ୟା କରାଯିବା ପରେ ଗାଢ଼କଣରେ ଥିବା ବିଲରେ ଫିଙ୍ଗି ଦିଆଯାଇଛି । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଅଞ୍ଚଳରେ ଶିଶୁବଳି ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଛୋଟ ଛୋଟ ପିଲାମାନଙ୍କୁ ସଂନ୍ଧ୍ୟା ହେଲେ ବାହାରକୁ ଅଭିଭାବକମାନେ ଛାଡୁନଥିବା ଦେଖିବା ମିଳିଛି । ଅନ୍ୟ ପଟେ ପୁଲିସ ଘଟଣାର ଛାନ୍‌ଭିନ କରି କେବେ ଶିଶୁମୃତୁ୍ୟର ରହସ୍ୟ ଖୋଲୁଛି ତାହା ଦେଖିବାର କଥା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*