ରଚାହେଲା ନୂଆ ଇତିହାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଚାଲି ଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଆଜି ଅନ୍ତଃ ଘଟିଛି । ଏହି ରାୟ ମାଧ୍ୟମରେ ଆଜି ଭାରତ ଇତିହାସ ରଚିଛି । ଏହା ଦ୍ୱାରା ପୁରା ଦୁନିଆଁ ଆମର ଜୀବନ୍ତ ଲୋକତନ୍ତ୍ର ବିଷୟରେ ଜାଣିବାକୁ ପାଇଛି । ଅଯୋଧ୍ୟା ନିଷ୍ପତ୍ତିକୁ ପୁରା ଦେଶ ଖୁଲା ହୃଦୟର ସହ ସ୍ୱୀକାର କରିଛି । ଏହି ବିବିଧତା ହିଁ ଆମର ଏକତା ଦର୍ଶାଉଛି ବୋଲି ମୋଦୀ କହିଥିଲେ ।
ସୁପ୍ରିମକୋର୍ଟ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି, ଯାହା ପଛରେ ଶହ ଶହ ବର୍ଷର ଇତିହାସ ରହିଛି । ପୁରା ଦେଶ ଇଚ୍ଛା ପ୍ରକାଶ କରିଥିଲା ଯେ, ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ନିମୟିତ କରନ୍ତୁ । ଏହା ହୋଇଥିଲା ଏବଂ ଆଜି ନିଷ୍ପତ୍ତି ଆସିଯାଇଛି । ଦଶନ୍ଧି ଦଶନ୍ଧି ଚାଲିଥିବା ନ୍ୟାୟ ପ୍ରକ୍ରିୟା ଏଥିସହିତ ଶେଷ ହୋଇଛି । ଏଥିରୁ ଆମର ଲୋକତନ୍ତ୍ରର ପରିଚୟ ମିଳୁଛି । ହଜାରେ ବର୍ଷ ପରେ ବି ଯେତେବେଳେ ବିବିଧତା ମଧ୍ୟରେ ଏକତାର କଥା ଉଠିବ, ସେତେବେଳେ ଆଜିର ଐତିହାସିକ ଦିନକୁ ସର୍ବଦା ମନେ ପକାଯିବ । ଦେଶର ୧୨୫ କୋଟି ଲୋକ ନିଜେ ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ନ୍ୟାୟପାଳିକା ପାଇଁ ମଧ୍ୟ ଏହା ଏକ ଐତିହାସିକ ଦିନ ବୋଲି ମୋଦୀ କହିଥିଲେ । ସୁପ୍ରିମକୋର୍ଟ ଖୁବ୍‌ ଧୈର୍ଯ୍ୟର ସହ ସବୁ ପକ୍ଷକୁ ଶୁଣିଥିଲେ । ଆଉ ସବୁଠାରୁ ଖୁସିର କଥା ହେଲା, ସର୍ବସମ୍ମତି କ୍ରମେ ରାୟ ଆସିଥିଲା । ଜଣେ ନାଗରିକଭାବେ ଆମେ ଏହା ଭଲଭାବେ ଜାଣିଛେ, ଗୋଟିଏ ଛୋଟ କଥାର ସମାଧାନ କରିବା ସକାଶେ ଆମକୁ କେତେ କଷ୍ଟ କରିବାକୁ ପଡିଥାଏ । ଦୃଢ ଇଚ୍ଛାଶକ୍ତି କାରଣରୁ ସୁପ୍ରିମକୋର୍ଟ ଖନ୍ଦପୀଠ ଆଜି ଅସମ୍ଭବକୁ ସମ୍ଭବ କରାଇପାରିଛନ୍ତି ।
ଏହା ପୂର୍ବରୁ ମୋଦୀ ଟ୍ୱିଟ୍‌ କରି କହିଥିଲେ ଯେ, ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେହି ବିଜୟ ଅବା ପରାଜୟର ଦୃଷ୍ଟିରେ ନଦେଖନ୍ତୁ । ନ୍ୟାୟର ମନ୍ଦିର ଦୀର୍ଘ ଦଶନ୍ଧି ଦଶନ୍ଧିର ବିବାଦକୁ ସମାଧାନ କରିଦେଇଛନ୍ତି । ସବୁ ନାଗରିକଙ୍କୁ ରାଷ୍ଟ୍ର ଭକ୍ତି ଭାବନା ନିଜ ମଧ୍ୟରେ ଉଦ୍ରେକ କରିବାକୁ ସେ ଆହ୍ୱାନ୍‌ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*