ଯାତ୍ରାଜଗତରେ ପାଦ ଥାପିବେ ଜିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବେଶ୍‌ କିଛିଦିନ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ଜଣାଶୁଣା ନାୟିକା ଜିନା । କଟକ ଜିଲ୍ଲା ବୟାଳିଶି ମୌଜା ଛବିଶ ପ୍ରଗଣା ଅନ୍ତର୍ଗତ ବରାଳ ଗାଁର ବୀର ପୁଅ ରଘୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ରେ ଜିନା ନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମାରେ ରଘୁ ଭୂମିକାରେ ଦେବାଶିଷ ଓ ତାଙ୍କ ସହଧର୍ମିଣୀ ଭାବେ ଜିନାଙ୍କୁ ଦେଖିବାକୁ ମିଳିବ । ଆଗରୁ ଏହି ଭୂମିକାଟିକୁ ଲିପ୍‌ସା କରିବାର ଥିଲା ହେଲେ କୌଣସି କାରଣରୁ ଲିପ୍‌ସାଙ୍କ ସ୍ଥାନ ନେଇଛନ୍ତି ଜିନା । ଏଥିରେ କାବ୍ୟା କିରଣ, ରାଜୀବ ମହାନ୍ତି ଏବଂ ପିଣ୍ଟୁ ନନ୍ଦ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ‘ରଘୁ ସର୍ଦ୍ଦାର’ର ନିଦେ୍ର୍ଦଶକ ହେଲେ ରାଜୀବ ମହାନ୍ତି । ଜିନାଙ୍କର ପ୍ରଥମ ସିନେମା ଥିଲା ‘ଫେରିଆ ମୋ’ ସୁନା ଭଉଣୀ’ । ସେ ପ୍ରଥମ ସିନେମାରେ ଆଲବମ୍‌ କିଙ୍ଗ ବବି ମିଶ୍ରଙ୍କ ନାୟିକା ସାଜିଥିଲେ । ଏହି ସିନେମାକୁ କିନ୍ତୁ ଆଶାନୁରୂପକ ସଫଳତା ମିଳିନଥିଲା । ଓଲିଉଡ୍‌ରେ ନାୟିକା ଭାବେ ବେଶ୍‌ ସଫଳତା ହାସଲ କରି ଥିଲେ ବି ଜିନା ସାମଲ ପରେ କିନ୍ତୁ ଜଣେ ଆଗଧାଡ଼ିର ନାୟିକା ହେବାରେ ଅସମର୍ଥ ହେଲେ । ତେବେ ଜିନା ସେଇଠି ଅଟକି ନାହାନ୍ତି । ସେ ଅଳ୍ପ କେତୋଟି ସିନେମାରେ ବିଭିନ୍ନ ନାୟକଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ସେ ଉଭୟ ବଡ଼ ଏବଂ ଛୋଟ ପରଦାରେ ସକ୍ରିୟ ଅଛନ୍ତି ।
ଆଲ୍‌ବମ୍‌ ସହିତ ଉଭୟ ବଡ଼ ଓ ଛୋଟ ପରଦାରେ ଅଭିନୟ କରିବା ପରେ ଜିନା ଯଲିଉଡ୍‌ରେ ବି ପାଦ ଥାପିବା ନେଇ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ, ସେ ଖୁବ୍‌ଶୀଘ୍ର କୌଣସି ଯାତ୍ରାପାର୍ଟିରେ କଳାକାର ଭାବେ ଅଭିନୟର ଏକ ନୂଆ ଇନିଂସ ଖେଳିପାରନ୍ତି । ନିକଟରେ ଏକ ଚାଟ୍‌ ସୋ’ରେ ସେ ନିଜେ ଏ ନେଇ ସୂଚନା ଦେଇଛନ୍ତି । ଯଲିଉଡ୍‌ରୁ ତାଙ୍କୁ ଅନେକ ଅଫର୍‌ ମିଳିଥିବା ସେ କହିଛନ୍ତି । ଏଥିରେ ତାଙ୍କୁ ଭଲ ପାରିଶ୍ରମିକ ମିଳିବ ବୋଲି ମଧ୍ୟ କହିଛନ୍ତି । ଖାଲି ସେତିକି ନୁହେଁ, ସେ ଯାତ୍ରାମଞ୍ଚରେ ଦର୍ଶକଙ୍କୁ ତାଙ୍କ ଅଭିନୟ ଦେଖାଇବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*