‘ମୋ ନିବେଦନ’ ଅନୁଷ୍ଠିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାନଖେମୁନ୍ଦି

ସାନଖେମୁନ୍ଦି ବ୍ଲକର ପି.ରାମଚନ୍ଦ୍ରପୁର ଏବଂ ଆଡ଼ପଡ଼ା ପଞ୍ଚାୟତରେ ‘ମୋ ନିବେଦନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ଉଭୟ ପଞ୍ଚାୟତର ଗ୍ରାମ୍ୟସ୍ତରରେ ଥିବା ଜନସାଧାରଣଙ୍କ ଅଭିଯୋଗ ଗୃହୀତ ହୋଇଥିଲା । ଆଡ଼ପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଆୟୋଜିତ ଏହି ‘ମୋ ନିବେଦନ’ କାର୍ଯ୍ୟକ୍ରମକୁ ସାନଖେମୁନ୍ଦି ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କ ଉପସ୍ଥିତିରେ ବ୍ଲକସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଅଭିଯୋଗପତ୍ର ସଂଗୃହୀତ ହେବା ସହିତ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତରୁ ୧୪୦ ଏବଂ ଆଡ଼ପଡ଼ା ପଞ୍ଚାୟତରୁ ୩୨୫ ଦରଖାସ୍ତ ଗୃହୀତ ହୋଇଥିଲା । ଆଡ଼ପଡ଼ା ସରପଞ୍ଚ ନୀଳମାଧବ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବୈଜୟନ୍ତୀ ମୁନ୍ଦା, ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକଙ୍କ ସହିତ ପାଟପୁର ସ୍ଥିତ ବ୍ଳକ ପଶୁ ସମ୍ପଦ ଅଧିକାରୀ, କୃଷି ବିଭାଗ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*