ମୋବାଇଲ ଗ୍ଲୋବାଲ ହବ୍‌ ହେବ ନୋଏଡା ୫ବର୍ଷ ଭିତରେ ଉତ୍ପାଦିତ ହେବ ୩୦ କୋଟିରୁ ଅଧିକ ମୋବାଇଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

୨୦୧୪ ମସିହାରେ ଭାରତରେ ମାତ୍ର ୨ଟି ମୋବାଇଲ ଫୋନ ନିର୍ମାଣ ୟୁନିଟ୍‌ ରହିଥିଲା । ହେଲେ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍ଦିଆନ ଅଭିଯାନ ଦେଶକୁ ଏକ ନୂଆ ଦିଗ ଦେଇଛି । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୨୬୮ ମୋବାଇଲ ହ୍ୟାନ୍ଦସେଟ୍‌ ଏବଂ ଯନ୍ତ୍ରାଂଶ ୟୁନିଟ୍‌ କାର୍ଯ୍ୟକ୍ଷମ ଅଛି । ଆଉ ଏହି ତାଲିକାରେ ଶୀର୍ଷରେ ରହିଛି ନୋଏଡା / ଗ୍ରେଟର ନୋଏଡା ।
ମୋବାଇଲ ଇନ୍ଦଷ୍ଟି୍ର ସଂଗଠନ ଆଇସିଇଏ (ଇନ୍ଦିଆ ସେଲୁଲାର ଆନ୍ଦ ଇଲୋକ୍ଟ୍ରୋନିକ୍ସ ଆସୋସିଏସନ) ପକ୍ଷରୁ କୁହାଯାଇଛି ଯେ, ଯେଉଁ ଧାରାରେ ନୋଏଡା ଏବଂ ଗ୍ରେଟର ନୋଏଡା ଅଞ୍ଚଳରେ ମୋବାଇଲ ନିର୍ମାଣ ୟୁନିଟ୍‌ ବୃଦ୍ଧି ପାଉଛି ତାହା ସୂଚାଉଛି ଯେ, ୨୦୨୫ ବେଳକୁ ଦେଶରେ ଉତ୍ପାଦିତ ହେବାକୁ ଥିବା ବାର୍ଷିକ ୧୦୦କୋଟି ମୋବାଇଲ ମଧ୍ୟରୁ ୩୦%ର ଯୋଗଦାନ ରହିବ ଏହି ଅଞ୍ଚଳର । ଅର୍ଥାତ ଏଠାରୁ ବାର୍ଷିକ ୩୦ କୋଟିରୁ ଅଧିକ ମୋବାଇଲ ଉତ୍ପାଦିତ ହେବ । ବର୍ତ୍ତମାନ ନୋଏଡା ଅଞ୍ଚଳରେ ୮୦ଟି କମ୍ପାନୀ ମୋବାଇଲ ଉତ୍ପାଦନ କରୁଥିଲାବେଳେ ପାଖାପାଖି ୫୦ ହଜାରରୁ ଅଧିକ କର୍ମଚାରୀ ଏଠାରେ କାମ କରୁଛନ୍ତି । ଏହି କମ୍ପାନୀ ମୋବାଇଲ ହ୍ୟାନ୍ଦସେଟ୍‌ ସହ ଅନ୍ୟ ମୋବାଇଲ ଉପକରଣ ଉତ୍ପାଦନ କରୁଛନ୍ତି ।
ଆଇସିଇଏର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୁ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱର ସମସ୍ତ ଅଗ୍ରଣୀ ଫୋନ ନିର୍ମାତାମାନେ ନିଜର ୟୁନିଟକୁ ନୋଏଡାରେ ଆରମ୍ଭ କଲେଣି । ଗତବର୍ଷ ସାମସଙ୍ଗ ତାର ଗ୍ରୋଥ ମୋବାଇଲ ଫାକ୍ଟି୍ର ଏଠାରେ ଆରମ୍ଭ କରିଥିଲାବେଳେ ଏହାର ଉତ୍ପାଦନ କ୍ଷମତା ୨୦୨୦ ସୁଦ୍ଧା ୧୨ କୋଟିରେ ପହଞ୍ଚିବ । ଓପୋ ବର୍ତ୍ତମାନ ୫କୋଟି ଫୋନ ଉତ୍ପାଦନ କରୁଥିଲାବେଳେ ୨୦୨୦ବେଳକୁ ଏହା ୧୦କୋଟିରେ ପହଞ୍ଚିବ । ଭିଭୋ ମଧ୍ୟ ଏଠାରେ ୭,୫୦୦କୋଟିର ନିବେଶ ଲକ୍ଷ୍ୟ ରଖିଛି । ପ୍ରଥମ ବର୍ଷ କମ୍ପାନୀ ସାଢ଼େ ୩କୋଟି ଫୋନ ଉତ୍ପାଦନର ଲକ୍ଷ୍ୟ ରଖିଛି । ଏହିସବୁ ସଫଳତା ସୂଚାଇ ଦେଉଛି ଯେ, ଖୁବଶୀଘ୍ର ନୋଏଡା /ଗ୍ରେଟର ନୋଏଡା/ ଯମୁନା ଏକ୍ସପ୍ରେସ ୱେ ବିଶ୍ୱ ମୋବାଇଲ ଫୋନର ହବ୍‌ ହେବାକୁ ଯାଉଛି । ଆମ ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଭାରତରେ ବାର୍ଷିକ ୧୦୦କୋଟି ମୋବାଇଲ ଫୋନ ଉତ୍ପାଦିତ ହେଉ । ଆଉ ଏଥିରୁ ୩୦% ଯୋଗଦାନ ଏହି ଅଞ୍ଚଳର ରହିବ । ଯାହା ବର୍ତ୍ତମାନର ସଂଖ୍ୟା ଠାରୁ ୪ଗୁଣା ଅଧିକ ହେବ । ଭାରତରେ ବର୍ତ୍ତମାନ ୪୫କୋଟି ସ୍ମାର୍ଟଫୋନ ଉପଭୋକ୍ତା ଥିଲାବେଳେ ୨୦୨୨ ବେଳକୁ ଏହା ୮୬କୋଟିରେ ପହଞ୍ଚିବାର ଆଶା କରାଯାଉଛି । ସରକାରଙ୍କ ମେକ୍‌ ଇନ୍‌ ଇନ୍ଦିଆ ଅଭିଯାନ କାରଣରୁ ମୋବାଇଲ ଫୋନ ଇନ୍ଦଷ୍ଟି୍ର ଆଗକୁ ବଢ଼ୁଛି ଏବଂ ବର୍ତ୍ତମାନ ଦେଶରେ ୨୬୮ଟି ମୋବାଇଲ ହ୍ୟାନ୍ଦସେଟ୍‌ ଏବଂ ଯନ୍ତ୍ରାଂଶ ନିର୍ମାଣ ୟୁନିଟ୍‌ ରହିଛି । ଯାହା ବିଶ୍ୱରେ ଦ୍ୱିତୀୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*