ମୋଦୀଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଥିବା ସରକାର ଭାରତର ଜନଜାତିଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ହୋଇଛନ୍ତି । ସେହିପରି ମୋଦି ସରକାରଙ୍କ କଲ୍ୟାଣକାରୀ ସୌଭାଗ୍ୟ ଯୋଜନାରେ ଘରକୁ ବିଦ୍ୟୁତ ସଂଯୋଗ ହେଉ ଅବା ଶୌଚାଳୟ, ପକ୍କା ଘର ନିର୍ମାଣ, ମୁଦ୍ରାରେ ଲୋନ ବ୍ୟବସ୍ଥାରେ ଜନଜାତି ଅଧିକ ଲାଭ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତରେ ୧୦ ଲକ୍ଷ କୋଟି ପେଟ୍ରୋଲିୟମ ପଦାର୍ଥ ବିଦେଶରୁ କିଣିବାକୁ ପଡୁଛି । ଦେଶକୁ ଆଗକୁ ବଢେଇବାକୁ ହେଲେ ନିଜ ଉପାୟରେ ଉର୍ଜା ବାହାର କରିବାକୁ ପଡିବ । ଏହି ୧୦ ଲକ୍ଷ କୋଟିକୁ ବଂଚାଇବାର ତଥା କମାଇବାର ସାମର୍ଥ୍ୟ ଜନଜାତିଙ୍କ ହାତରେ ଅଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ୬୦୦ ମିଲିୟନ ମେଟ୍ରିକ୍ ଟନ୍ ବୋୟୋମାସ ରହିଛି । କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଏବେ ଜଙ୍ଗଲରୁ ମିଳୁଥିବା ବର୍ଜ୍ୟବସ୍ତୁରୁ ଉର୍ଜା ତଥା ତୈଳ ଏବଂ ଗ୍ୟାସ ଉତ୍ପାଦିତ କରିବାର ଯୋଜନା ରହିଛି । ଆଗାମୀ ଦିନରେ ଭାରତର ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟରୁ ଉର୍ଜା ଉତ୍ପାଦନ କଲେ ୧୦ ଲକ୍ଷ କୋଟିକୁ ବଂଚାଯାଇ ସେହି ଟଙ୍କାରେ ଜନଜାତିଙ୍କ ବିକାଶ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*