ସମ୍ବଲପୁର: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ସମ୍ବଲପୁର ବିଧାନସଭା ବିଜେଡି ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ପରିବର୍ତ୍ତେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ବି ଖୋଲାଖୋଲି କିଛି କହି ନଥିଲେ।

ସମ୍ବଲପୁର ବିଧାନସଭା ଆସନ ପାଇଁ ରାସେଶ୍ୱରୀ ଆଶାୟୀ ଥିବା ବେଳେ ଦଳ ରୋହିତ ପୂଜାରୀଙ୍କୁ ଟିକେଟ୍‌ ଦେଇଛି। ପ୍ରଥମେ ଏହି ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍‌ ଦେଇଥିଲା। କିନ୍ତୁ ପ୍ରସନ୍ନଙ୍କ ଅସନ୍ତୁଷ୍ଟ ଥିବା ଜାଣି ସିଟ୍‌ ଅଦଳବଦଳ କରିଥିଲା ବିଜେଡି। ରୋହିତଙ୍କୁ ସମ୍ବଲପୁର ଏବଂ ପ୍ରସନ୍ନଙ୍କୁ ରେଢ଼ାଖୋଲ ଆସନ ପାଇଁ ଟିକେଟ ଦେଇଥିଲା ଦଳ। କୁହାଯାଉଛି କି ପ୍ରସନ୍ନଙ୍କ ଜିଦ୍‌ ଆଗରେ ହାର ମାନିଲା ଦଳ।

ରୋହିତଙ୍କୁ ଦଳ ଟିକେଟ୍‌ ଦେବା ପରଠୁ ରାସେଶ୍ୱରୀଙ୍କ ସମର୍ଥକ ଆଉ ଚୁପ ବସିନଥିଲେ। ରାସେଶ୍ୱରୀଙ୍କ ପାଇଁ ଟିକେଟ ଦାବି କରିବା ସହ ତାଙ୍କୁ ଯଦି ଟିକେଟ ନମିଳେ ତାହେଲେ ଭୋଟ ବର୍ଜନ ହେବ ଓ଼ ଅନ୍ୟ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି କହିଥିଲେ। ଏଭଳି ସ୍ଥିତି ରେ ସମ୍ବଲପୁର ଜିଲ୍ଲା ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି। ଶୀର୍ଷ ନେତୃତ୍ୱର ଚିନ୍ତା ବଢ଼ିଯାଇଛି । ଉଭୟ ରାସେଶ୍ୱରୀ ଓ ରୋହିତଙ୍କ ଭଲ ସଂଗଠନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ବୋଲି ଚର୍ଚ୍ଚା ହେଉଥିଲା।

ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ପୁଣି ପ୍ରଶ୍ନ କଲାରୁ ସେ କହିଛନ୍ତି କି ସମୟ କହିବ। ଏବେ ନିର୍ବାଚନ ଲଢ଼ିବି ନାହିଁ! ସେ ଅଭିଯୋଗ କରିଛନ୍ତି ଯେ ସମ୍ବଲପୁରର ସ୍ବାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଛନ୍ତି। ସେ କହିଛନ୍ତି ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅପମାନ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *