କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ୨୦୨୬ ମାର୍ଚ୍ଚ ୧୬ରେ ଘଟିଥିବା ଅଗ୍ରିକାଣ୍ଡ ଘଟଣାର ତଦନ୍ତ କରୁଥିବା ନ୍ୟାୟିକ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଚତୁର୍ଥ ଥର ପାଇଁ ବୃଦ୍ଧି କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନଙ୍କ କାର୍ଯ୍ୟକାଳ ପ୍ରଥମେ ୬୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା।

ତେବେ ମେ’ ୧୫ ତାରିଖରେ ଏହାକୁ ଜୁଲାଇ ୧୫, ଜୁଲାଇ ୧୫ରୁ ସେପ୍ଟେମ୍ବର ୨୯ ଏବଂ ସେପ୍ଟେମ୍ବର ୧୮ରେ ନଭେମ୍ବର ୧୫ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ତଦନ୍ତ ଶେଷ ହୋଇନଥିବାରୁ ଗୃହ ବିଭାଗର ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନଙ୍କ କାର୍ଯ୍ୟକାଳକୁ ୨୦୨୭ ଜାନୁଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୧୬ରେ ଘଟିଥିବା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନହାନି ହୋଇଥିଲା।

Leave a Reply

Your email address will not be published. Required fields are marked *