ମାର୍ଚ୍ଚ ୧- ୧୫ ମେ’ ମଧ୍ୟରେ ବ୍ୟାଙ୍କମାନେ ଦେଇଛନ୍ତି ୬.୪୫ଲକ୍ଷ କୋଟି ଋଣ: ଅର୍ଥମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ମାର୍ଚ୍ଚ ୧ତାରିଖରୁ ମେ ୧୫ ତାରିଖ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଏମଏସଏମଇ, କୃଷି, ରିଟେଲ ସମେତ ଅନ୍ୟ କ୍ଷେତ୍ରକୁ ୬.୪୫ଲକ୍ଷ କୋଟିର ଋଣ ମଞ୍ଜୁର କରିଛନ୍ତି । ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେ କହିଛନ୍ତି ଯେ, ଋଣ ପ୍ରଦାନ ସେହି ସମୟରେ ସ୍ୱୀକୃତ କରାଯାଇଛି ଯେଉଁ ସମୟରେ କମ୍ପାନୀମାନେ କୋଭିଡ-୧୯କୁ ନେଇ ଉପୁଜିଥିବା ସ୍ଥିତିର ସମ୍ମୁଖୀନ ହେଉଥିଲେ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଟୁଇଟରେ କୁହାଯାଇଛି ଯେ, ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କମାନେ ଏମଏସଏମଇ, ରିଟେଲ, କୃଷି ଏବଂ କର୍ପୋରେଟ୍‌ ସେକ୍ଟର ସହ ସମ୍ପୃକ୍ତ ୫୪.୯୬ଲକ୍ଷ ଆକାଉଣ୍ଟ ପାଇଁ ମାର୍ଚ୍ଚ ୧ରୁ ମେ ୧୫ ମଧ୍ୟରେ ୬.୪୫ଲକ୍ଷ କୋଟିରୁ ଅଧିକ ପରିମାଣ ଋଣକୁ ସ୍ୱୀକୃତ କରିଛନ୍ତି । ମେ ୮ବେଳକୁ ମଞ୍ଜୁର ହୋଇଥିବା ଋଣ ପରିମାଣ ଥିଲା ୫.୯୫ଲକ୍ଷ । କରୋନା ପାଇଁ ଲକଡାଉନ୍‌ ଜାରି ରହିଥିଲାବେଳେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି,ସେହି କ୍ରମରେ ଏହି ଋଣ ମଞ୍ଜୁର କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*