ମାତ୍ର ଥରଟିଏ ପୁଲିସ୍‌ ଅଫିସର ଭୂମିକାରେ ଅନୁଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଓଲିଉଡ୍‌ର ଲୋକପ୍ରିୟ ନାୟିକା ଅନୁଭା ଜଣେ ବିଟେକ୍‌ ପାସ୍‌ ଆଉଟ୍‌ । ସେ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରୁ ଓଡ଼ିଆ ଇନ୍ଦଷ୍ଟ୍ରୀରେ କ୍ୟାରିୟର୍‌ ଆରମ୍ଭ କରିଥିଲେ । ତାପରେ ତାଙ୍କୁ ‘ସୁଇଟ୍‌ ହାର୍ଟ’, ‘ସମୟ ବଡ଼ ବଳବାନ୍‌’, ‘ରିଭେଞ୍ଜ’, ‘ବଜରଙ୍ଗୀ’ ଏବଂ ‘ସାଥୀ ତୁ ଫେରିଆ’ ଆଦି ସିନେମାରେ ଦେଖିବାକୁ ମିଳିଛି । ସେ ପୁଣି ଫେରୁଛନ୍ତି ‘ ମୁଁ ପରଦେଶୀ ଚଢ଼େଇ’ରେ । ଅନୁଭା ଥରଟିଏ ପୁଲିସ୍‌ ଅଫିସର ଭୂମିକାରେ ଅବଶ୍ୟ ନଜର ଆସିଛନ୍ତି । ହଁ ସେ ‘ବଜରଙ୍ଗୀ’ ସିନେମାରେ କାମ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରଟି ହେଲା ପୁଲିସ୍‌ ଅଫିସର ଭୂମିକାରେ ନଜର ଆସିଥିଲେ ଅନୁଭା । ଏହି ଫିଲ୍ମରେ ତାଙ୍କର ଆକ୍ସନ୍‌ ସିନ୍‌ ବି ରହିଥିଲା । ନିଦେ୍ର୍ଦଶକ ବିନି ପଟ୍ଟନାୟକ ତାଙ୍କ ପୂର୍ବ ଫିଲ୍ମ ‘ଝିଅଟା ବିଗିଡ଼ିଗଲା’ରେ ବି ତାଙ୍କୁ ଏଭଳି ପୁଲିସ୍‌ ଅଫିସର ଭୂମିକାରେ ନେବାକୁ ଚାହୁଁଥିଲେ ଏବଂ ତାଙ୍କୁ ଅଫର ବି ଦେଇଥିଲେ । ହେଲେ ସେତେବେଳେ ସେ ମନା କରିଥିଲେ । ପୁଣି ଥରେ ସେଭଳି ଭୂମିକାଟିର ଅଫର ନେଇ ଆସିଥିଲେ ନିଦେ୍ର୍ଦଶକ । ଏଥର କିନ୍ତୁ ସେ ଏହାକୁ ସ୍ୱୀକାର କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*