ମା’ଙ୍କ ଆଗମନକୁ ନେଇ ଝଲସୁଛି ସାରା ସହର ୩୮ଗୋଟି ପୂଜା ମନ୍ଦପରେ ପୂଜା ପାଇବେ ଲକ୍ଷ୍ମୀ ଠାକୁରାଣୀ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟମିଡିଆ : ଢେଙ୍କାନାଳ

ଢେଙ୍କାନାଳରେ ପବିତ୍ର କୁମାରପୂର୍ଣ୍ଣମୀ ରାତିରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ସାରା ସହର ଚଳଚଞ୍ଚଳ ହେବାସହ ଉତ୍ସବ ମୁଖର ହୋଇଉଠିଛି । ସହରବାସୀ, ପୂଜା ମନ୍ଦପର କର୍ମକର୍ତ୍ତା ଓ ଜିଲ୍ଳା ପ୍ରଶାସନ ସମସ୍ତେ ଯେମିତି ଚଳଚଂଚଳ ହୋଇଉଠିଛନ୍ତି । ଅଦ୍ୟାବଧି ପାଗ ଅନୁକୁଳ ଥିବାରୁ ଚଳିତ ବର୍ଷ ବ୍ୟାପକ ଜନସମାଗମ ହେବ ବୋଲି ପ୍ରଶାସନ ଏବଂ ପୂଜାମନ୍ଦପ କର୍ମକର୍ତ୍ତା ମାନେ ଆଶା ବାନ୍ଧିଥିବା ବେଳେ ବିଭିନ୍ନ ସାଜସଜ୍ଜା ସହ ଆଲୋକମାଳା ଓ ସୁସଜ୍ଜିତ ବିଭିନ୍ନ ତୋରଣରେ ସହର ଝଲସି ଉଠୁଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମାଆ ମହାଲକ୍ଷ୍ମୀଙ୍କ ଅଗମନକୁ ଅପେକ୍ଷା କରି ରହିଛନ୍ତି ।
ସହରରେ ହେବାକୁ ଥିବା ୩୮ଗୋଟି ପୂଜା ମନ୍ଦପରେ ରାତିଦିନ ବିଭିନ୍ନ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା କାର୍ଯ୍ୟ ଲାଗିରହିଛି । ମେଢ ଓ ତୋରଣ କାରିଗର ମାନେ ଦୀର୍ଘ ୨ମାସ ହେବ ତୋରଣ ନିର୍ମାଣରେ ବ୍ୟସ୍ଥ ରହିଥିବା ବେଳେ ମୂର୍ତୀ କାରିଗର ମାନେ ୧ ମାସ ହେବ ଦିନରାତି ଲାଗି ମୂର୍ତ୍ତି କାମରେ ଲାଗ ରହିିଥିଲେ । ଏବେ ସବୁ ମୁଣ୍ମୟୀ ମୂର୍ତ୍ତି ଗୁଡିକରେ ଶିଳ୍ପୀମାନେ ଶେଷ ସ୍ପର୍ଶ ଦେଇସାରିଛନ୍ତି । ସହରର ରଥଗଡା ଠାରେ ବିଭିନ୍ନ ପ୍ରକାର ଦୋଳି ସମେତ ମୀନାବଜାର,ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋକାନୀ ମାନେ ନିଜର ଆସ୍ଥାନ ଜମେଇ ଦେଲେଣି । ସ୍ଥାୟୀ ଦୋକାନୀ ମାନେ ମଧ୍ୟ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ନିଜ ନିଜର ଦୋକାନ ଓ ବ୍ୟବସାୟ କେନ୍ଦ୍ରକୁ ଜାକଜମକରେ ସଜାଇ ସାରିଲେଣି । ଚଳିତ ମାସ ୨୩ ତାରିଖ ଯାଏ ମାଆଙ୍କର ପ୍ରସିଦ୍ଧ ପୂଜା ପାଳିତ ହେବା ସହ ୨୪ ତାରିଖ ଦିନ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ଜବାହାରଚୌକ ପୂଜା ପ୍ରତିଷ୍ଠାନ ତାର ୭୫ ବର୍ଷ ପର୍ତ୍ତିରେ ପ୍ଲାଟିନମ ଜୁବଲି ପାଳନ କରୁଥିବା ବେଳେ ସ୍ୱପ୍ନେଶ୍ୱର ବଜାର କୋରିଆଁ ୫୦ବର୍ଷରେ ପଦାର୍ପଣ କରି ଗୋଲଡେନ ଜୁବୁଲି ପାଳନ କରୁଛି । ସେହିପରି କଲେଜପଡା ୨୫ବର୍ଷ ଉପଲକ୍ଷେ ରୌପ୍ୟଜୟନ୍ତୀ ପାଳନ କରୁଛି । ଏହି ବଜାର ଗୁଡିକ ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ଲାଗିପଡିଛନ୍ତି । ମଉଡମଣୀ ମୀନା ବଜାର, କୈବଲ୍ୟ ବଜାର ,ଗଣେଶବଜାର ଓ ଗୋଲଡେନଷ୍ଟ୍ରିଟ ଗୁଡିଆନାଳୀ ଆଦିରେ ଚାନ୍ଦିମେଢରେ ମାଆ ଶୋଭା ପାଉଥିବା ବେଳେ ଅନ୍ୟାନ ବଜାରରେ ମଧ୍ୟ ସୁନା ଓ ରୁପାରେ ଝଲସିବେ ମାଆ ମହାଲକ୍ଷ୍ମୀ । ଲକ୍ଷ୍ମୀ ବଜାରରେ କଳାକୁଞ୍ଜ, ଜବାହାର ଚୌକ୍ରେ ସ୍ୱର୍ଣ୍ଣମନ୍ଦିରରେ ସ୍ୱର୍ଣ୍ଣଲକ୍ଷ୍ମୀ, ଆନନ୍ଦ ବଜାରରେ ରାଜମହଲରେ ମହାଲକ୍ଷ୍ମୀ ଓ ମହୀଶୂର ପ୍ୟାଲେସ୍, ବାଜିଚୌକ୍ରେ ହିରଣ୍ୟକଶ୍ୟପ ବଦ୍ଧ, ମହାବୀରବଜାରରେ ଲକ୍ଷ୍ମୀଙ୍କ ମାନଭଞ୍ଜନ, ଗଣେଶ ବଜାରରେ କେରଳର ମାକ୍ସିକମ୍ ଘାସରେ ତୋରଣ ତଥା ପ୍ରକୃତିମିତ୍ର ଗେଟ୍ , ପଦ୍ମ ବଜାରରେ ମହାଲକ୍ଷ୍ମୀ ରାଗି ଶ୍ରୀମନ୍ଦିରରୁ ବାହାରିଯିବା ଏବଂ ପରେ ବିଶ୍ୱକର୍ମୀଙ୍କ ଦ୍ୱାରା ନିର୍ମିତ ମହଲରେ ପ୍ରବେଶ, ବସଷ୍ଟାନ୍ଦ ପୂଜା ପ୍ରତିଷ୍ଠାନ ଅମଲାପଡାରେ ଥ୍ରୀଡି ଲାଇଟ୍ ସହ ମାଆ ମହାଲକ୍ଷ୍ମୀଙ୍କ ସିଂହାସନ ଆରୋହଣ ଏବଂ ପାଶ୍ୱର୍ ମୂର୍ତୀ ଭାବେ ସ୍ୱର୍ଗାଲୋକରେ ବ୍ରହ୍ମା, ବିଷ୍ଣୁ,ମହେଶ୍ୱର ଓ ନାରଦ ଚନ୍ଦ୍ରଯାନ-୨ରେ ଉପବେଶନ କରିଥିବା ଶୋଭାପାଇବେ, ଗୁଡିଆନାଳି ସ୍ଥିତ ଗୋଲ୍ଡେେନ୍ ଷ୍ଟ୍ରିଟ୍ ପୂଜା ପ୍ରତିଷ୍ଠାନରେ ରାଜମହଲରେ ଗରୁଡ ଉପରେ ମାଆ ବିରାଜମାନ କରିବେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*